Site icon Awaj Media

ଦିବ୍ୟ ଜୀବନ ସଙ୍ଘ ପାରଳାଖେମୁଣ୍ଡି ଶାଖା ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଫ୍ରେଣ୍ଡସ କଲୋନୀର ତୃତୀୟ ଲାଇନ ଠାରେ ଥିବା ଦିବ୍ୟ ଜୀବନ ସଂଘ ପାରଳାଖେମୁଣ୍ଡି ଶାଖା ପକ୍ଷରୁ ବିଶ୍ୱ କଲ୍ୟାଣ ନିମିତ୍ତ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରତ୍ୟେକ ଦିନ ପ୍ରାତଃ 7 ଘଣ୍ଟା ସମୟରେ ମହନ୍ତ ଶ୍ରୀ ରାମାନନ୍ଦ ଦାସ ମହାରାଜ ବ୍ୟାସ ରୂପେ ଯୋଗଦାନ କରି ପାରାୟଣ ଆରମ୍ଭ କରୁଛନ୍ତି । ଉକ୍ତ ଦିନ ମାନଙ୍କରେ ସନ୍ଧ୍ୟା 7.30 ମିନିଟ ସମୟରେ ଦିବ୍ୟ ଜୀବନ ସଙ୍ଘ ଆଶ୍ରମ ପରିସରରେ ପ୍ରଥମ ପର୍ଯ୍ୟାୟରେ 22 .3 .2023 ଠାରୁ ତାରିଖ 25.3. 2023 ତାରିଖ ପର୍ଯ୍ୟନ୍ତ ବିଶିଷ୍ଟ ମାନସ ପ୍ରବଚନ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 26. 3.2023 ତାରିଖ 30. 3. 2023 ଯାଏ ମାନସ ମୈଥିଳି ଶ୍ରୀମତୀ ପ୍ରଭାତୀ ଦାଶ ପ୍ରବଚନ ପ୍ରଦାନ କରିବେ । ଚଳିତ ମାସ 22 ମାର୍ଚ୍ଚ ଠାରୁ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଦିବ୍ୟ ଜୀବନ ସଙ୍ଘ ପାରଳାଖେମୁଣ୍ଡି ଦିବ୍ୟ ଜୀବନ ସଙ୍ଘ ସଭାପତି ମୀନକେତନ ବଛ, ସଂପାଦକ ପ୍ରସାଦ କୁମାର ନାୟକ, ବରିଷ୍ଠ ଗୁରୁ ଭାଇ ମଧୁସୂଦନ ନାୟକ, କୈଳାସ ଚନ୍ଦ୍ର ଜେନା, ରାମଚନ୍ଦ୍ର ଦାସ ଙ୍କ ସମେତ ବହୁ ଗୁରୁଭାଇ ଓ ମାଆ ମାନେ ଉପସ୍ଥିତ ଥିଲେ ।

Exit mobile version