Site icon Awaj Media

୧୦୯୬ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ମହାମାରୀ କରୋନାର ପ୍ରଭାବ ସଂପୂର୍ଣ୍ଣ ଭାବରେ ଲୋପ ପାଇ ନଥିବାର ଦେଖିବାକୁ ମିଳିଛି । ଗତ ସପ୍ତାହର ତଥ୍ୟ ଅନୁସାରେ ଓଡ଼ିଶା ରେ H3N2 ପଜେଟିଭ ସଂଖ୍ୟା ୫୯ ରେ ପହଁଚି ଥିବାବେଳେ ଆଜିର ତଥ୍ଯ ଅନୁସାରେ ଭାରତରେ କୋଭିଡ୍ ସକ୍ରିୟ ସଂଖ୍ୟା ୭୦୨୬ (୦.୦୨%) , ଚିକିତ୍ସାଳୟ ମାନଙ୍କରୁ ପରିତ୍ୟାଗ ସଂଖ୍ୟା ୪୪୧୬୦୨୭୯ (୯୮.୭୯%,), ମୃତ୍ୟୁ ସଂଖ୍ୟା ୫୩୦୮୧୩ (୧.୧୯%)ରେ ପହଁଚିଛି । ତେଣୁ ସଂପୂର୍ଣ୍ଣ ଭାବରେ ସତର୍କ ରହିବାକୁ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଜକୁ ଦୀର୍ଘ ୧୦୯୬ ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ ସଚେତନ କରିବା ସହ ଗରିବ ଅସହାୟ ମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ ଜାରି ରହିଛି । ଏହି ପରିପ୍ରେକ୍ଷିରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ , ପ୍ରିତମ ସହୁ ଓ ସାଗର ମଲ୍ଲିକ ଫାଉଣ୍ଡେସନର ଦିନ ସଂଖ୍ୟା ୧୦୯୪ ରୁ ୧୦୯୬ ( ସୋମବାର ରୁ ବୁଧବାର) ପର୍ଯ୍ୟନ୍ତ ତିନି ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଗରିବ ଓ ଅସହାୟ ମାନଙ୍କୁ ଡ୍ରେସ୍, ମାସ୍କ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ଓ. ଆର୍. ଏସ୍, ଇନ୍ସ୍ତା ଭେଜିଟେବୁଲ ୱାସ୍, ଫିନାଇଲ, ଡେଟେଲ, ରନ୍ଧା ଓ ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି ।

Exit mobile version