Site icon Awaj Media

ପ୍ରଭା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ସ୍ୱୟଂଶାସିତ ମହା ବିଦ୍ୟାଳୟ ପରିସରରେ ପ୍ରଭା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଆପ୍ପା ରାଓଙ୍କ ନେତୃତ୍ବରେ ବିଶ୍ୱ ବନ ଦିବସ ଉପଲକ୍ଷେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟାପକ ସୁରେନ୍ଦ୍ର ରଥ, ସମାଜ ସେବୀ ଏସ.ସ୍ୱାମୀ, ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଚାରା ରୋପଣ କରି ସବୁଜ ଗଜପତି କରିବା ସକାଶେ ଆହ୍ୱାନ ଦେଇଥିଲେ ।

Exit mobile version