Site icon Awaj Media

ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ ” ର ରଚୟିତା , ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୀଳାମ୍ବୁ ଚିଲିକା ତଟବର୍ତ୍ତୀ ସାମନ୍ତରାପୁର ଠାରେ ଅଶ୍ରୁଳ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଗାଳ୍ପିକ ଡଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିବେଶରେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ସାହିତ୍ୟିକ ଡଃ ଦେବେନ୍ଦ୍ରନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କବି ଅଜିତ୍‌ ଦାସ ମହାପାତ୍ର, କବି ଡଃ କମଳ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ମହାନ୍ତି, କବି ତାରକ ମହାନ୍ତି, କବି ପୁରୁଷୋତ୍ତମ ମହାପାତ୍ର, କବି ବାଳମୁକୁନ୍ଦ ଦାସ, କବି ଅଞ୍ଜଳି ତ୍ରିପାଠୀ, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବି ଦିଗାମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ବିଭୂତି ଭୂଷଣ ସାମନ୍ତରାୟ, ମୂରଲୀଧର ସାମନ୍ତସିଂହାର, ରମେଶ ଚନ୍ଦ୍ରମହାପାତ୍ର, ନିରଞ୍ଜନ କର, ରବି ମାନସିଂ, ପ୍ରିୟଦର୍ଶିନୀ ମହାରଣା, ଗୋପାଳ ମହାପାତ୍ର ପ୍ରମୁଖ ଓଡିଶାର ବହୁ ପ୍ରଖ୍ୟାତ ସାହିତ୍ୟିକ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ରୋମନ୍ଥନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ କାଳଜୟୀ ସାରସ୍ଵତ ସୃଷ୍ଟି କାଳେ କାଳେ ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପ୍ରତି ଓଡ଼ିଆ ପାଠକଙ୍କ ହୃଦୟରେ ଚିରକାଳ ଜାଜୁଲ୍ୟମାନ ହେଉଥିବ ବୋଲି ମତ ପ୍ରଦାନ କରି ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଏହି ଅବସରରେ ତାଙ୍କ ସ୍କୃତିର ସମ୍ଭାର ସ୍ମରଣିକା “ବାଲୁଗାଁ ବାଲ୍ମୀକି “ଉନ୍ମୋଚିତ ହୋଇଥିଲା । ଭଗ୍ନୀ ବିଶିଷ୍ଟ ଗାୟିକା ଗିରିବାଳା ପଟ୍ଟନାୟକ ଭାବ ବିହ୍ୱଳ କଣ୍ଠରେ ପ୍ରଥମେ ରାମଧୁନ୍‌ ଗାନ କରିଥିବା ବେଳେ ଭ୍ରାତା ବିଜନ ପଟ୍ଟନାୟକ ଓ ପୁତ୍ର ସମ୍ବିତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ । ଶେଷରେ ତାଙ୍କ ମାନସ ସନ୍ତାନ ଚିଲିକା ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ପ୍ରିୟ ଭଜନ ପରିବେଶଣ କରାଯାଇଥିଲା ।

Exit mobile version