Site icon Awaj Media

ସରଜରୀ ଯୋଜନା ରୁ ବାଦ ପଡୁଛନ୍ତି ମଧ୍ୟବିତ୍ତ ପରିବାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସରଜରୀ ଯୋଜନା ରୁ ବାଦ ପଡୁଛନ୍ତି ମଧ୍ୟବିତ୍ତ ପରିବାର , ଯାହାକୁ ନେଇ କୁହୁଳିବାରରେ ଲାଗିଛି ଅସନ୍ତୋଷ ର ନିଆଁ ! ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ହେଉଛି ମାଳମାଳ ଯୋଜନା ! ଆଉ ଏହାର ସୁବିଧା ସୁଯୋଗ ପାଉଛନ୍ତି ବିପିଏଲ କାର୍ଡ ଧାରୀ ! କିନ୍ତୁ ଏହା ଭିତରେ ସମସ୍ତ ସରକାରୀ ଯୋଜନା ରୁ ବାଦ ପଡି ଯାଇଛନ୍ତି ମଧ୍ୟବିତ୍ତ ଶ୍ରେଣୀର ଲୋକେ ! ଯେଉଁଥିପାଇଁ ଏବେ ଧୀରେ ଧୀରେ ଅସନ୍ତୋଷ ର ନିଆଁ କୁହୁଳିବାରେ ଲାଗିଛି ! କଟକ ଜିଲ୍ଲା ର ବାଙ୍କୀ ଅଞ୍ଚଳ ର ପ୍ରତ୍ୟକ ଟି ମଧ୍ୟବିତ୍ତ ପରିବାର ପ୍ରାୟତଃ ସରକାରୀ ଯୋଜନାରୁ ବଞ୍ଚିତ ! ଏମାନଙ୍କ ଅଭିଯୋଗ ଯଦି କଷ୍ଟ କରି କିଏ ଦୁଇ ବଖରା କି ତିନି ବଖରା କରି ନେଇଛି , ସେମାନଙ୍କୁ ରାସନ କାର୍ଡ ର ସୁବିଧା ରୁ କରାଯାଉଛି ବଞ୍ଚିତ ! ଅନ୍ୟପଟେ କୌଣସି ମଧ୍ୟବିତ୍ତ ପରିବାରର ସଦସ୍ୟ ଯଦି ରୋଗାକ୍ରାନ୍ତ ହୋଇ ପଡି ଯାଉଛି ସେମାନଙ୍କୁ ମିଳୁନାହିଁ ସରକାରୀ ସହାୟତା ରେ ମେଡିକାଲ ଚିକିତ୍ସାର ସୁବିଧା ! ବାଧ୍ୟ ହୋଇ କିଏ ଘର ବନ୍ଧା ପକ୍କାଉଛି ତ , ଆଉ କିଏ ନିଜର ଭିଟା ମାଟି ବିକ୍ରି କରିବାକୁ ବାଧ୍ୟ ହେଉଛି ! କିନ୍ତୁ ଏମାନଙ୍କ ଦୁଃଖ ଶୁଣୁଛି କିଏ ?? ଏବେ ନିଜର ନାର୍ଯ୍ୟ ହକ ପାଇଁ ଆଗାମୀ ଦିନରେ ଭୋଟ ବର୍ଜନ ପାଇଁ ମିଳୁଛି ଚେତାବନୀ ! ଆଉ କିଭିନ୍ନ ଛକ ରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି ! ସେପଟେ ଆଗକୁ ମଧ୍ୟବିତ୍ତ ମାନଙ୍କ ସ୍ୱାର୍ଥ କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଠୋସ ପଦକ୍ଷେପ ନେବା ଏବେ ହୋଇପଡିଛି ଜରୁରୀ !

Exit mobile version