Site icon Awaj Media

କଟକ ସହରରେ ବୈଷୟିକ ସଚେତନତା କରୁଛି OKCL ସଚେତନତା ରଥ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକର ଅରୁଣଦୟୋ ମାର୍କେଟରୁ OKCL ସଚେତନତା ରଥ ସାରା କଟକ ସିଟି ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭକୁ କଟକର ମାନ୍ୟବର ସିଏମସି କମିଶନର୍ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ । ଏହି ରଥ ଦୀର୍ଘ ଏକ ମାସ ଧରି କଟକ ଜିଲ୍ଲା ରେ ଚାଲି ଆସୁଛି । କଟକ ଜିଲ୍ଲାର OKCLର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ରାଉତଙ୍କ ସହିତ OKCLର ରିଜୋନାଲ୍ ମ୍ୟାନେଜର ସିଦ୍ଧାର୍ଥ ମହାପାତ୍ର ଏବଂ ଦେବାଶିଷ ସାହୁ ଏହି ଅବସରରେ ଉପସ୍ଥିତ ରହି ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କୁ ସ୍ଵାଗତ କରିଥିଲେ । ଏବଂ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଏଥିରେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ । ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଉଚି ବିଭିନ୍ନ ପ୍ରକାରର ଅନ୍ ଅଥୋରାଇଜ୍ କମ୍ପ୍ୟୁଟର ସାର୍ଟିଫିକେଟ୍ କୁ ଗ୍ରହଣ ନକରି କେବଳ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ପାଠ୍ୟକ୍ରମ ଗୁଡିକୁ ପଢି, ସେହି ସାର୍ଟିଫିକେଟ୍ କୁ ହାସଲ କରି ନିଜର ଭବିଷ୍ୟତ ଉଜ୍ଜ୍ୱଳ କରି ପାରିବା । ଆଜିର ଯୁଗରେ ସାଧାରଣ ଶିକ୍ଷା ସହ କମ୍ପୁଟର ପରିଚାଳନା ଦକ୍ଷତା ସମ୍ମିଳିତ କରି ପାରିଲେ ଏକ ସମୃଦ୍ଧ ,ବିକଶିତ ତଥା ସାମାଜିକ ଓ ଅର୍ଥନୈତିକ ସମାଜ ସୃଷ୍ଟି ହୋଇପାରିବ , ଏହି ଲଖ୍ୟ ନେଇ OKCL କାର୍ଯ୍ୟ କରୁଅଛି । ତେଣୁ ଆଶା ଏବଂ ଦୃଢ଼ ବିଶ୍ଵାସ ଅଛି ଯେ , ଛାତ୍ରଛାତ୍ରୀଗଣ OKCL ଦ୍ଵାରା ପ୍ରଦାନ କରାଯାଉଥିବା OS-CIT ତଥା ଭିନ୍ନ କ୍ୟାରିଅର ଭିତ୍ତିକ କମ୍ପ୍ୟୁଟର ପାଠ୍ୟକ୍ରମକୁ ପଢି ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ସହ ନିଜ ପରିବାର ତଥା ଓଡ଼ିଶା କମ୍ପ୍ୟୁଟର ଏକାଡେମୀର ସାମୁହିକ ବିକାଶ ସ୍ରୋତରେ ସାମିଲ ହେବେ । ଏକବିଂଶ ଶତବ୍ଦୀ ପାଇଁ ଡିଜିଟାଲ ସ୍କିଲ୍ ତଥା କମ୍ପ୍ୟୁଟର ଜ୍ଞାନ ସମସ୍ତଙ୍କ ପାଇଁ ଜରୁରୀ ଅଟେ ।

Exit mobile version