Site icon Awaj Media

ବାଲିଗୁଡା ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ : ସଭାପତି ରୂପେ ହରିଶ୍ଚନ୍ଦ୍ର , ସମ୍ପାଦକ ଭାବରେ ଅନିଲ ନିର୍ବାଚିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର 2023-24 ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ବନ୍ଦୀ ସୁଧାଂଶୁ ମୋହନ ପତି ଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ଲମ୍ବୋଦର ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ରାମଚନ୍ଦ୍ର ସିଂ ପାତ୍ର ଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି l ସେହିଭଳି ସହ ସମ୍ପାଦକ ଭାବେ ନିମାଇଁ ଚରଣ ସାହାଣୀ, କୋଷାଧ୍ଯକ୍ଷ ଭାବେ ଶିରୀଶ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି l ଏଥିରେ ନିର୍ବାଚନ ଅଧିକାରୀ ଭାବେ ମାନସ ରଞ୍ଜନ ସିଂ ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିଥିଲେ l

Exit mobile version