ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ ବଜରଙ୍ଗ ଦଳ ର ମାନବିକତା । ଗଜପତି ଜିଲ୍ଲା ରାୟଗଡ ଗ୍ରାମ ଠାରେ ବସବାସ କରୁଥିବା ବୃଦ୍ଧ ଦମ୍ପତି ଙ୍କ ମଧ୍ୟରୁ କୌଣସି କାରଣ ବଶତଃ ବୃଦ୍ଧା ଜଣଙ୍କର ଦେହାନ୍ତ ହୋଇଯାଇଥିଲା ! ଖବର ପାଇ ରାୟଗଡ଼ ବଜରଙ୍ଗ ଦଳ ସେଠାରେ ପହଞ୍ଚି ବିଷୟ ବୁଝିବା ସହ ଦମ୍ପତି ଙ୍କ ଆତ୍ମୀୟ ସୌଜନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ! କିନ୍ତୁ କୌଣସି ଉତ୍ତର ନ ପାଇ ଶେଷରେ ନିକଟତର ବନ୍ଧୁ ବର୍ଗଙ୍କୁ ସହଯୋଗ ମାଗି ବିଫଳ ହୋଇଥିଲେ ! ପରିଶେଷରେ ରାୟଗଡ଼ ବଜରଙ୍ଗ ଦଳ ର ଭାଇ ମାନେ ନିଜ ପ୍ରଚେଷ୍ଟାରେ ଶବ ସତ୍କାର କରିଥିଲେ । ବୃଦ୍ଧା ମାଁ ଙ୍କ ଅମର ଆତ୍ମାର ସଦଗତି କାମନା ସହ ଭାଇ ମାନଙ୍କ ର ଏହି ସାହାଯ୍ୟ ମନୋଭାବ କୁ ଗଜପତି ଜିଲ୍ଲା ବଜରଙ୍ଗ ଦଳ ନତମସ୍ତକ ପୂର୍ବକ ସମ୍ମାନ ଦେବା ସହ ସାଧୁବାଦ ଜଣାଇଲେ ।
ରାୟଗଡ ବଜରଙ୍ଗ ଦଳ ର ମାନବିକତା !!!

