Site icon Awaj Media

ପୂର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ହନ୍ତସନ୍ତ ଜନସାଧାରଣ !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ର ଅବହେଳା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ !ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି , ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ରେ ଥିବା ଝରୀଗାଁ ରୋଡ଼ ରେ ! ଗତ ନଭେମ୍ବର ମାସ 6 ତାରିଖ ରେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଝରୀଗାଁ ରୋଡ଼ ର ଦୁଇ ପାର୍ଶ୍ଵ କୁ ପ୍ରଶସ୍ତିକରଣ ନିମନ୍ତେ ଘର ଗୁଡିକୁ ଭାଙ୍ଗିବା ପାଇଁ ସ୍ଥାନୀୟ ତହସିଲଦାର, ଆର ଆଇ, ଓ ପୌର ପରିଷଦ ପ୍ରଶାସନ ଙ୍କ ଉପସ୍ଥିତି ରେ ଭଙ୍ଗା ଯାଇଥିଲା ! କିନ୍ତୁ ଦୁଇ ପାର୍ଶ୍ଵ କୁ ଭାଙ୍ଗି ପ୍ରାୟ ପାଞ୍ଚ ମାସ ବିତି ଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଠିକ ଭାବରେ ନାଳ, ରାସ୍ତା ତିଆରି ହୋଇ ପାରିଲାନାହିଁ ! ପିଇବା ପାଇଁ ପାଣି ର ବ୍ୟବସ୍ଥା ହୋଇପାରିଲା ନାହିଁ ! ଆଜି ଠାରୁ ମାଁ ଠାକୁରାଣୀ ଙ୍କ 9 ଦିନ ପର୍ଯ୍ୟନ୍ତ କଳସି ଯାତ୍ରା ଆରମ୍ଭ ହେବାକୁ ଯାଉଛି ! ସେହି ରାସ୍ତା ଦେଇ ମାଁ ଙ୍କ ଯାତ୍ରା ଆରମ୍ଭ ହେବ ଏବଂ ଶେଷ ମଧ୍ୟ ସେହି ରାସ୍ତା ଦେଇ ହେବ ! କିନ୍ତୁ ଉମରକୋଟ ପୂର୍ତ୍ତ ବିଭାଗ ଆଜି ପର୍ଯ୍ୟନ୍ତ କାମଟିକୁ ସମ୍ପୂର୍ଣ କରିପାରିଲେ ନାହିଁ ! ଏ ବିଷୟରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗାଯୋଗ କଲେ , କାମ ଖୁବ ଶୀଘ୍ର ସମ୍ପୂର୍ଣ କରାଯିବ ବୋଲି କହୁଛନ୍ତି କିନ୍ତୁ କରୁନାହାନ୍ତି ! ଫଳରେ ରାସ୍ତାରେ ଜମା ରହିଥିବା ନାଳ ନର୍ଦମା ର ପାଣି ଲୋକଙ୍କ ଘରେ ପଶିବା ସହ , ଯାନବାହାନ ଯିବା ଆସିବା ଯୋଗୁଁ ଲୋକଙ୍କ ଉପରେ ପାଣି ର ଛିଟକା ପଡୁଥିବା ଦେଖିବାକୁ ମିଳିଛି ! ଏଭଳି ଉମରକୋଟ ବାସି କେତେଦିନ ଅସୁବିଧାର ସମ୍ମୁଖୀନ ହେବେ ! ପ୍ରଶାସନ ର ଚେତା କେବେ ପଶିବ ତାହା ଦେଖିବାକୁ ବାକି ରହିଲା !

Exit mobile version