ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ସମସ୍ତ ପ୍ରସ୍ତୁତି ଶେଷ ! ରଥ ପଥ ପ୍ରସ୍ତୁତ ! ବିଜେ କରିବେ ମହାପ୍ରଭୁ ଚନ୍ଦ୍ରଶେଖର ! ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିଲାଗି ଉତ୍ସବମୁଖର ହୋଇଉଠିଛି ଏକାମ୍ରକ୍ଷେତ୍ର। ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ ! ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ନିର୍ଦ୍ଧାରିତ ନିତି ଅନୁଯାୟୀ ଭୋର ୫ ଟାରୁ ମନ୍ଦିର ଦ୍ୱାର ଖୋଲିଛି। ମଙ୍ଗଳଆଳତୀ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ । ଦିନ ୧୨ ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି । ଏହା ପରେ ଠିକ୍ ଦିନ ୩ ଟା ୩୦ରୁ ଆରମ୍ଭ ହେବ ରଥଟଣା । ସଂଧ୍ୟା ୭ ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି । ଜନଗହଳି କୁ ଆଖିରେ ରଖି ମନ୍ଦିର ପ୍ରଶାସନ ଏବଂ କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ଭକ୍ତ ମାନଙ୍କୁ ସହାୟତା ପାଇଁ ବହୁ ସାମାଜିକ ସଂଗଠନ ଦାୟିତ୍ୱ ନେଇଛନ୍ତି ! ଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି !
ରଥ ପଥ ପ୍ରସ୍ତୁତ : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା !!!

