Site icon Awaj Media

ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁଖ ଦୁଃଖ ଶୁଣିଲେ ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରୀ ଗ୍ରାମ ପଞ୍ଚାୟତ ଲାଖରୀ ପରି ଏକ ଦୁର୍ଗମ ଅ ଞ୍ଚଳରେ ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଏକ ଅଭିଯୋଗ ଶୁଣାଣୀ କରିଛନ୍ତି । ପାଦ ଚଲାରେ କେତେକ ଦୁର୍ଗମ ଗ୍ରାମ ଗ୍ରସ୍ତ କରି ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହେବା ସହ ସେମାନଙ୍କର ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣିଛନ୍ତି । ଅଭିଯୋଗ ଶୁଣି ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚରକୁ ନେଇ ସମାଧାନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଗସ୍ତ ସମୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ମୋହନା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭିଯୋଗ ଶୁଣିବା ପରେ ସମସ୍ତ ଗ୍ରାମରେ ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ନେଇ ଲୋକେ ଅଭିଯୋଗ କରିଛନ୍ତି । ଏହି ସମସ୍ତ ଅଭିଯୋଗ ଶୁଣିବା ପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସମସ୍ୟା ର ସମାଧାନ ପାଇଁ ଲିଖିତ ଭାବେ ଅନୁରୋଧ ଜଣାବା ସହ ଗଜପତି ଜିଲ୍ଲା ପାଳଙ୍କୁ ମଧ୍ୟ ସମସ୍ୟା ର ସମାଧାନ ପାଇଁ ସାକ୍ଷାତ କରି ଅନୁରୋଧ ଜଣାଇବି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀଙ୍କ ଏହି ଭଳି ଉଦ୍ୟମକୁ ଅଞ୍ଚଳ ବାସୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।

Exit mobile version