Site icon Awaj Media

ଏସ.କେ.ସି.ଜି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅବସରପ୍ରାପ୍ତ ଅର୍ଥନୀତି ବିଭାଗର ରିଡର ପି. ହରି ଦାଶ, ଅବସରପ୍ରାପ୍ତ କେମେଷ୍ଟ୍ରି ରିଡର ଡକ୍ଟର ରାଧାକୃଷ୍ଣ ମହାପାତ୍ର, ବୋଟାନୀ ବିଭାଗର ଅବସରପ୍ରାପ୍ତ ରିଡର ନରସିଂହ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସ.କେ.ସି.ଜି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏହି ବୈଠକରେ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନେ ଉପସ୍ଥିତ ରହି ପୁରୁଣା ସ୍ମୃତିକୁ ମନେ ପକାଇବା ସହ ନିଜ ନିଜ ସମୟରେ ଶିକ୍ଷା ଦାନ ବ୍ୟବସ୍ଥା, ଛାତ୍ର ଛାତ୍ରୀ ଙ୍କ ପାଠୁଆଳ ମନୋଭାବ ସହ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷ ଅଜୟ ତ୍ରିପାଠୀ ଙ୍କ ଉଦ୍ୟମ ଯୋଗୁଁ ଅବସରପ୍ରାପ୍ତ କର୍ମଚାରୀ ମାନେ ଏକାଠି ହୋଇଥିବାରୁ ପ୍ରଶଂସା କରିଥିଲେ ।

Exit mobile version