ଚୈତ୍ରମାସର ତୃତୀୟ ମଙ୍ଗଳବାରେ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୁରପଲ୍ଲୀରେ ଚୈତ୍ରମାସର ତୃତୀୟ ମଙ୍ଗଳବାର ଦିନ ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା କରାଯାଇ ଥିବାର ଦେଖିବାକୁ ମିଳିଛି । ସେହିପରି ସହରର ବିଭିନ୍ନ ଶକ୍ତିପୀଠ ରେ ମଧ୍ୟ ମାଆ ଙ୍କର ପୂଜାର୍ଚ୍ଚନା କରାଯାଇ ଥିବାର ଦେଖିବାକୁ ମିଳିଛି । ନୀଳମଣି ଦୁର୍ଗା, ମାଆ ମାଣିକେଶ୍ୱରୀ, ମଙ୍ଗଳା ମନ୍ଦିର ଏହିଭଳି ବିଭିନ୍ନ ଶକ୍ତି ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ନଡ଼ିଆ , କଦଳୀ , ପିଠା ପଣା , ମୁଆଁ ପ୍ରଭୃତି ଧରି ପୂଜା କରିବାର ଦେଖିବାକୁ ମିଳିଛି । ଏହି ପୂଜା କଲେ ପରିବାରର ମଙ୍ଗଳ, ମନର ଶାନ୍ତି ସମୃଦ୍ଧି ସହ ନିଜର ମନସ୍କାମନା ପୂର୍ଣ୍ଣ ହେବ ବୋଲି କଥା ରହିଛି । ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ମନ୍ଦିର ଗୁଡିକରେ ସନ୍ଧ୍ୟା ଆଳତୀ ଦେଖିବା ସକାଶେ ଭକ୍ତଙ୍କ ସୁଅ ଛୁଟିଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *