Site icon Awaj Media

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପ୍ରଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ କଲେଜର + ୩ ଛାତ୍ରୀ ଦୀପ୍ତି ସାହୁ ! ଅନେକ ଜାଗାରେ ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରି ସାଧାରଣରେ ସେ ଏବେ ବେଶ ଜଣା ଶୁଣା ଅଛନ୍ତି । ଆମେ କହୁଚୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ସୁବୁଦ୍ଧି ପାଟଣା ଗ୍ରାମର ବସନ୍ତ କୁମାର ସାହୁ ଓ ଛବି ସାହୁଙ୍କ ସାନ ଝିଅ ଦୀପ୍ତି ସାହୁଙ୍କ କଥା । ଦୀପ୍ତି ଭଲ ପାଠ ପଢିବା ସହିତ ଗୀତ ଗାଇବା ସହ ନୃତ୍ୟ ପରିବେଷଣ, ଭାଷଣ ଦେବା, କବିତା ଲେଖିବା ଓ ଭଲ ଚିତ୍ର କରନ୍ତି ! ନିଜର କଳା ପ୍ରତିଭାକୁ ବିଭିନ୍ନ ଜାଗାରେ ପରିବେଷଣ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପାରିଛନ୍ତି । ଦୀପ୍ତି ବର୍ତ୍ତମାନ ମାନ ବାଲୁଗାଁ କଲେଜର + ୩ ଛାତ୍ରୀ ଅଟନ୍ତି । ଦୀପ୍ତି ଯେତେବେଳେ ସେ ବଡକୂଳ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ , ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସଙ୍ଗୀତ ପତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ହାଇସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦୀପ୍ତି ଯେତେବେଳେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେହି ସମୟରେ ସିନିୟର ଜୁବ୍ଲି ଏଯେୟାଇସି କ୍ଲବର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ସଙ୍ଗୀତ ପରିବେଷଣ କରି ସେଠାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବିଗତ ଦିନରେ ନିଜ ଗ୍ରାମ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର ପରିସରରେ ଆୟୋଜିତ ରଜଉତ୍ସବ ରେ ଭାଗ ନେଇ ନୃତ୍ୟ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ପାରିଛନ୍ତି । ବାଲୁଗାଁ କଲେଜରେ ୬୭ ତମ ବନ୍ୟଜନ୍ତୁ ସପ୍ତାହ କାର୍ଯ୍ୟକ୍ରମରେ ଇଂରାଜୀ ରେ ଭାଷଣ ଦେଇ ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଗତ କିଛି ଦିନ ତଳେ ବାଲୁଗାଁ କଲେଜର ବାର୍ଷିକଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ସେହି ପ୍ରତିଯୋଗିତା ମାନଙ୍କରେ ଭାଗନେଇ ଦୀପ୍ତି କବିତା ଲିଖନ ଓ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବାର ଜଣା ପଡ଼ିଛି । ଦୀପ୍ତିଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମାଆ ଙ୍କ ସମେତ ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା ସାନ ଭାଇ ସୋମନାଥ ଙ୍କୁ ଦେଇ ଥିବାର କହିଛନ୍ତି । ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତଜାତୀୟ ସ୍ଥରରେ ନିଜ ପାଖରେ ରହିଥିବା କଳା ଗୁଡ଼ିକ ପଦର୍ଶନ କରି ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଦୀପ୍ତି ଦୃଢତାର ସହ କହିଛନ୍ତି ।

Exit mobile version