Site icon Awaj Media

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉଜ୍ବଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା 13 ଜଣ ଛାତ୍ରଛାତ୍ରୀଙ୍କୁ ବିଦାୟ ଦେଇଥିଲେ । ଶିକ୍ଷାର ଅନ୍ତ ନାହିଁ ଆଗକୁ ଉଜ୍ବଳ ଭବିଷ୍ୟତ ତଥା ଉଚ୍ଚ ଶିକ୍ଷା ନିମିତ୍ତ ଉପଦେଶ ଦେଇ ଶିକ୍ଷକ ମାନେ ପିଲାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଏମ୍ ରବି କୁମାର,ଭି.ଭେଙ୍କେଟେ ରାମାଣା, ଗଦାଧର ମଙ୍ଗରାଜ, ସୌଦାମିନୀ ପଣ୍ଡା, ରତ୍ନମାଳା ଜେନା, ସଦାନନ୍ଦ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଯୋଗ ଦେଇଥିଲେ ।

Exit mobile version