Site icon Awaj Media

କଣାସ ରେ ଶ୍ରୀରାମ ଶୋଭାଯାତ୍ରା : ସାମିଲ ହେଲେ ଶତାଧିକ ଯୁବକ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଶ୍ରୀରାମ ନବମୀ ହିନ୍ଦୁ ମାନଙ୍କର ଏକ ପବିତ୍ର ପର୍ବ ! ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ ! ପୁରୁଷୋତ୍ତମ ରାମଚନ୍ଦ୍ର ଙ୍କ ଜନ୍ମ ଦିନ କୁ ରାମ ନବମୀ ଭାବରେ ସମଗ୍ର ଭାରତ ବର୍ଷରେ ଭକ୍ତି ର ସହିତ ପାଳନ କରାଯାଏ ! ଏହି ପବିତ୍ର ଦିନରେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଞ୍ଚଳରେ ବଡ଼ ଧୁମ୍ ଧାମରେ ପାଳିତ ହୋଇଛି ଉତ୍ସବ ! ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇ ପଡ଼ୁଥିଲା ଅଞ୍ଚଳ ! ବିଶେଷ କରି ଯୁବପିଢି ଏଥିରେ ସାମିଲ୍ ହୋଇ ନଗର ପରିକ୍ରମା କରିଥିଲେ ! ଏହି ପବିତ୍ର ଅବସରରେ ସମାଜସେବୀ ସିଦ୍ଧାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଶହ ଶହ ଯୁବକ ଶୋଭାଯାତ୍ରା ରେ ବାହାରିଥିଲେ ।

Exit mobile version