ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ଭବନ ରେ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ ପାଳିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ତହସିଲଦାର ଭିକାରୀ ଚରଣ ସାହୁ , ସମ୍ମାନିତ ଅତିଥି ଭାବେ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିକନ୍ତ କଆଁର, ସୂଚନା ଲୋକମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସାକ୍ଷୀ ସମ୍ପାଦକ ମନୋଜ କୁମାର ତରାଇ ଯୋଗ ଦେଇଥିଲେ ! ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ସାମାଜିତ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁରର ସଖୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଖୀର ସମ୍ପାଦକ ମନୋଜ ତିଆରୀ ସଭା ପରିଚାଳନା କରିଥିଲେ । ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ଆଜି ଏକ ଖୁସି ଦିବସ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ନିଜ ଅଧିକାର ପାଇଁ ନିଜେ ଲଢ଼ିବା ଆବଶ୍ୟକ ଅଛି । ଟ୍ରାନ୍ସଜେଣ୍ଡର ମାନେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ତିଆରି କରି ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ପାରୁଛନ୍ତି । ମଧୁବାବୁ ପେନ୍ସନ ଯୋଜନାରେ ଲାଭବାନ ହେଲେଣି । ସମସ୍ତେ ନିଜ ନିଜର ସ୍ୱତନ୍ତ୍ର ପରିଚୟ ପତ୍ର ସଠିକ ଭାବରେ କରିବା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ପୂର୍ବ ଅପେକ୍ଷା ଆଜିର ସମାଜରେ ଟ୍ରାନ୍ସଜେଣ୍ଡର ମାନଙ୍କ ମଧ୍ୟରେ ଅନେକ ପରିବର୍ତନ ଆସିଲାଣି । ସେମାନେ ନିଜ ଗୋଡ଼ରେ ଠିଆ ହୋଇ ପାରିଲେଣି । କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ନରହିବା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ରାଜ୍ୟ ସରକାର ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଲେଣି । ସୁଚନାନୁସାରେ ଜିଲ୍ଲାରେ ମୋଟ ୭୩ ଜଣ ଟ୍ରାନ୍ସଜେଣ୍ଡର ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୫୩ ଜଣ ରାସନ ସାମଗ୍ରୀ ପାଉଛନ୍ତି । ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠି ନିର୍ମାଣ ହୋଇଛି । ମଧୁବାବୁ ପେନ୍ସନ ଯୋଜନାରେ ୩୩ ଜଣ ହିତାଧିକାରୀ ଲାଭବାନ ହେଉଛନ୍ତି । ୬ ଜଣଙ୍କୁ ବିଭିନ୍ନ ଲୋନ ପ୍ରଦାନ କରାଯାଇଛି । ମୋଟ ୬୩ ଜଣଙ୍କୁ ଚିହ୍ନଟ କରାଯାଇ ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ନୂଆ କରି ଦୁଇଜଣ କୁ ମଧୁବାବୁ ପେନ୍ସନ ଆଉ ଦୁଇଜଣ ଟ୍ରାନ୍ସଜେଣ୍ଡରଙ୍କୁ ସାଟିଫିକେଟ ସହ ଆଇ କାର୍ଡ ପ୍ରଦାନ କରିଥିଲେ ! କାର୍ଯ୍ୟକ୍ରମ ରେ ବହୁ ଟ୍ରାନ୍ସଜେଣ୍ଡର ଉପସ୍ଥିତ ଥିଲେ ।
ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦିବସ ୨୦୨୩ !!!

