Site icon Awaj Media

ଓଡିଶା ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ମା’ ଭଗବତୀଙ୍କୁ କଲେ ଦର୍ଶନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶନିବାର ଏପ୍ରିଲ ଏକ ଓଡିଶା ଦିବସ । ଏହି ଅବସରରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମାଜସେବୀ ତଥା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ସାଇକେଲ ରାଲି ବାହାରିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ମହାମାୟୀ ମନ୍ଦିର ଠାରେ ପୂଜା ଅର୍ଚନା ପରେ ଜୟ ଜଗନ୍ନାଥ ନାରା ଦେଇ ବାହାରିଥିଲା ସାଇକେଲ ରାଲି ! ଏହାପରେ ବୁଢାଆମ୍ବ,କୋଦଳା, ବେଗୁନିଆପଡା, ସୁମଣ୍ଡଳ, ଅଙ୍ଗାରଗାଁ, ବାଣପୁର, ବାଲୁଗାଁ ଅତିକ୍ରମ କରି ସାରିଛନ୍ତି ଓ ତା ପରେ ରାମେଶ୍ୱର ହୋଈ ପୁରୀରେ ପହଂଚିବା ପାଇଁ ଲକ୍ଷ ରଖିଥିବା ବେଳେ ! ଆଜି ଅପରାହ୍ନ ରେ ପଥମେ ବାଣପୁର ମା ଭଗବତୀଙ୍କ ମନ୍ଦିରରେ ପହଞ୍ଚି ଥିଲେ । ମାଙ୍କୁ ଦର୍ଶନ କରିବା ପରେ ପୁଣି ଥରେ ଶ୍ରୀକ୍ଷେତ୍ର ଧାମକୁ ସାଇକେଲ ରେ ଯାତ୍ରା ଆରମ୍ଭ କରିଥିଲେ। ପ୍ରତି ଛକରେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳଜନନୀ, ବିଜୁ ବାବୁ ଜିନ୍ଦାବାଦ , ନବୀନ ବାବୁ ଜିନ୍ଦାବାଦ, ସୁଜ୍ଞାନୀ ଦେବି ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ କରି ଶତାଧିକ ସାଇକେଲ ରାଲିରେ ବାହାରିଥିଲେ । ଏହି ରାଲିରେ ଅଞ୍ଚଳରୁ ବହୁ ଯୁବକ ଶତାଧିକ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ! ବିଭିନ୍ନ ସ୍ଥାନରେ ଏହି ରାଲିକୁ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଛି ! ଏହି ରାଲିରେ କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧକ୍ଷ ପିତାମ୍ବର ସେଠି, ପୂର୍ବତନ ରାଜ୍ୟ ଛାତ୍ର ସମ୍ପାଦକ ଦିନେଶ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାକର ପ୍ରଧାନ,ପ୍ରକୃତି ବନ୍ଧୁ ଏ. ବ୍ରହ୍ମନନ୍ଦ ଆଚାରୀ, ଡାଇମଣ୍ଡ ପିଜି ପ୍ରଡକ୍ଟ ସଦସ୍ୟ ଛାୟା ବତୀ ବେହେରା ଓ ପିଙ୍କି ରାଉତ ଙ୍କ ସମେତ ବିଜୁ ଜନତା ଦଳର ଶତାଧିକ ଯୁବକ ସାମିଲ ହୋଇଛନ୍ତି ! ଆସନ୍ତା କାଲି ଉତ୍କଳ ଦିବସ ଅବସରରେ ଶ୍ରୀକ୍ଷେତ୍ର ପୁରୀ ରେ ପହଞ୍ଚି ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ କାର୍ଯ୍ୟକ୍ରମ ରହିଚି ଥିବାର ରାଲିର ନେତୃତ୍ୱ ନେଇଥିବା ସୀତାରାମ ପାଣିଗ୍ରାହୀ କହିଛନ୍ତି।

Exit mobile version