Site icon Awaj Media

ନୟାଗଡ଼ରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ : ସ୍ମୃତିରଞ୍ଜନ ମହାନ୍ତି ଶ୍ରେଷ୍ଠ ଏଏସଆଇ ଭାବେ ପୁରସ୍କୃତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରିଜର୍ଭ ପୋଲିସ ପଡିଆ ଠାରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥ୍‌ ଭାବେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଯୋଗ ଦେଇଥିଲେ । ଏହି ଅବସରରେ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ । ସମସ୍ତ ପୁଲିସ ଅଧିକାରୀଙ୍କ କାର୍ଯ୍ୟକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ । ପୁଲିସ ଜନସାଧାରଣଙ୍କର ନିକଟତର ହୋଇ କାର୍ଯ୍ୟ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିଛି କର୍ମଚାରୀଙ୍କୁ ଆରକ୍ଷୀ ଅଧୀକ୍ଷକ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଏସଆଇ ଭାବେ ସଦର ଥାନାରେ କାର୍ଯ୍ୟରତ ସ୍ମୃତି ରଞ୍ଜନ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା । ଏଥ୍ ସହିତ ଏଏସଆଇ ପ୍ରଦୀପ କୁମାର ମହାପାତ୍ର, ହାବିଲଦାର ବିଭୁତି ଭୁଷଣ ମହାରଣା, କନେଷ୍ଟବଳ ଦିଲ୍ଲୀପ କୁମାର ବେହେରା, ଟ୍ରାଫିକ କନେଷ୍ଟବଳ ପ୍ରଜ୍ଞାନନ୍ଦ ପଣ୍ଡା ଓ ଏପିଆର କନେଷ୍ଟବଳ ବିଭୁତି ଭୁଷଣ ଖୁଣ୍ଟିଆଙ୍କ ଆରକ୍ଷୀ ଅଧୀକ୍ଷକ ସମ୍ମାନିତ କରିଥିଲେ ।

Exit mobile version