Site icon Awaj Media

୮୮ ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜନ ଶିକ୍ଷା ସଂସ୍ଥାନ ଗଜପତି ଦ୍ବାରା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ବ୍ଳକ ପୋଲାର ପଞ୍ଚାୟତ ଅଧିନସ୍ଥ ମଣ୍ଡଳ ସାହି ବଜାର ପ୍ରାଙ୍ଗଣ ରେ ୮୮ ତମ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ଅମ୍ବିକା ନାୟକ, ଡମ୍ବାକ ସରପଞ୍ଚ ବିଶ୍ଵନାଥ ଭୂୟାଁ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୈାଭାଗ୍ୟ ସ୍ତୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସୁନାରାମ ସିଂ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ମହେଶ୍ୱର ମଣ୍ଡଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉତ୍କଳ ଦିବସ ର ମହତ୍ଵ, , ସ୍ବତନ୍ତ୍ର ପ୍ରଦେଶ ଗଠନରେ ବର ପୁତ୍ର ମାନଙ୍କ ଅବଦାନ ଏବଂ ବିଶେଷ କରି ବର୍ତ୍ତମାନ ସମୟରେ ଯୁବ ବର୍ଗ କୌଶଳ ଦକ୍ଷତା ବୃଦ୍ଧି ସହିତ ସମୟ ର ସଦୁପଯୋଗ କରି ସ୍ଵର୍ଣ୍ଣମ ଭବିଷ୍ୟତ ଗଠନ ନିମନ୍ତେ ଅଗ୍ରସର ହେବା ଦିଗରେ ଆଲୋକପାତ କରିଥିଲେ । ଜନ ଶିକ୍ଷା ସଂସ୍ଥା ଦ୍ଵାରା ୮୦ ଜଣ ତାଲିମ ପ୍ରାପ୍ତ (କମ୍ପ୍ୟୁଟର ଏବଂ ସିଲେଇ) ଯୁବତୀ, ଯୁବକ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ! ସ୍ଥାନୀୟ ଜନସାଧାରଣ ଏହି ସମାରୋହରେ ଆଗ୍ରହର ସହିତ ସହଯୋଗ କରିଥିଲେ । ଏହି କାର୍ଯ୍ୟ କୁ ନିର୍ଦ୍ଦେଶକ ଜୀବନ ଦାସ୍ ଏବଂ ସହ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ପାଇକ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ଅଧିକାରୀ ଭେଙ୍କେଟେଶ ସେନାପତି ଏବଂ ଆକାଉଣ୍ଟ୍ ଶିବାଶିଷ ବେହେରା ସଂପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ !

Exit mobile version