Site icon Awaj Media

ଉତ୍କଳ ଦିବସ -୨୦୨୩ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ୮୮ ତମ ଉତ୍କଳ ଦିବସ ଅତି ଯାକ ଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ମହାପୁରୁଷଙ୍କ ବେଶ ପକାଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ଛକ ସ୍ଥିତ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ନଗର ପରିକ୍ରମା କରି ଗାନ୍ଧୀ ଛକ ସ୍ଥିତ ମହାରାଜା ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶୋଭଯାତ୍ରାଟି ବିଦ୍ୟାଳୟରେ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।

Exit mobile version