Site icon Awaj Media

ଆଦର୍ଶ ରକ୍ତଦାତା ସମ୍ମାନରେ ଯୁବ ସାମ୍ବାଦିକ ସଂବର୍ଦ୍ଧିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଆଦର୍ଶ ରକ୍ତଦାତା ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ ! ବିଭିନ୍ନ ସାମାଜିକ କାମ ସହ ଜଡିତ ଡମପଡା ବ୍ଲକ ଅରପୁର ଗ୍ରାମର ଯୁବ ସାମାଜିକ କର୍ମୀ ତଥା ଆୱାଜ ମିଡ଼ିଆ ର ଡମପଡା ବ୍ଲକ ପ୍ରତିନିଧି ସୁବ୍ରତ କୁମାର ନାୟକଙ୍କୁ ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ! ସମ୍ବାଦ ସାହିତ୍ୟ ଘର,ଡମପଡା ଶାଖା ର ପ୍ରଥମ ବାର୍ଷିକ ସାରସ୍ବତ ଉତ୍ସବ ଅପ୍ରେଲ ଦୁଇ ତାରିଖ ଦିନ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଆମ ଓଡିଶାର ଅଧ୍ୟକ୍ଷ ତଥା ଖଣ୍ତପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଉଦଘାଟକ ତଥା ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସଂବର୍ଦ୍ଧିତ କରିଥିଲେ । ଆୱାଜ ମିଡିଆର ଡମପଡା ବ୍କକ ପ୍ରତିନିଧି ସୁବ୍ରତ କୁମାର ନାୟକଙ୍କୁ ଆଦର୍ଶ ରକ୍ତଦାତା ଭାବେ ମାନପତ୍ର , ଉତ୍ତରୀୟ ଦେଇ ମୂଖ୍ୟ ଅତିଥି ସଂବର୍ଦ୍ଧିତ କରିଥିଲେ । ଜଣେ ସମାଜସେବୀ ଭାବେ ସୁବ୍ରତ କୁମାର ନାୟକ ୨୦ ରୁ ଅଧିକ ଥର ବିଭିନ୍ନ ମେଡିକାଲ ଓ ରକ୍ତଦାନ ଶିବିରରେ ରକ୍ତଦାନ କରି ସାରିଛନ୍ତି । ନିଜସ୍ବ ଉଦ୍ୟମରେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଗ୍ରାମାଂଚଳରେ ୮ ଥର ରକ୍ତଦାନ ଶିବିରି ଆୟୋଜନ କରିଛନ୍ତି , ଯାହା ଗ୍ରାମାଂଚଳର ଯୁବ ରକ୍ତଦାତାମାନଙ୍କୁ ଆଗଭର ହେବାକୁ ପ୍ରେରଣା ଯୋଗାଇଛି । ସମ୍ବାଦ ସାହିତ୍ୟ ଘରର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ଅନ୍ୟତମ ଅତିଥି ଭାବେ ବାଙ୍କୀ ର ପୂର୍ବତ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଡମପଡା ବ୍କକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଶିକ୍ଷାବିତ୍ କାହୁଁଚରଣ ସାହୁ, କବି କୌଶିକ ନାୟକ, ଅବସରପ୍ରାପ୍ତ ଅଧ୍ୟାପିକା ତଥା ସୁସାହିତ୍ୟିକା ପ୍ରତିଭା ମହାରଥି , ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା କବି ଶୁଭଶ୍ରୀ ଲେଙ୍କା ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଗୁରୁ ତଥା ସଂପାଦକ କୁମାର ଅମୀୟ ବାର୍ଷିକ ବିବରିଣୀ ପାଠ କରିଥିଲେ । ଶିକ୍ଷାବିତ ସୁଧାକର ମହାନ୍ତି ସଭାପତିତ୍ବ କରିଥିଲେ । ପ୍ରଥମ ଅଧିବେଶନରେ କବି ମୋନାଲିସା ନନ୍ଦ , ଶକୁନ୍ତଳା ମଲ୍ଲିକ ଓ ବଂଶିଧର ମହାପାତ୍ରଂକ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା ।ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ରଙ୍କ ପରିକଳ୍ପନାକୁ ସଂଯୋଜକ ଅକ୍ଷୟ କୁମାର ସାମଲଙ୍କ ପ୍ରଚେଷ୍ଟା ବାଙ୍କୀ ପରି ଅଂଚଳରେ ବର୍ଷକର ଅନୁଷ୍ଠାନକୁ ଘରେ ଘରେ ପରିଚିତି କରି ପାରିଥିବାରୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ସାମାଜିକ କର୍ମି ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version