Site icon Awaj Media

ଗଜପତି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ କିପରି ଜନ ସାଧାରଣଙ୍କୁ କିପରି ସଚେତନତା କରାଯିବ ସେବିଷୟରେ ଆଲୋଚନା କରାଯାଇଥିଲା । ନୂତନ ପରିବହନ ନିୟମ କଡ଼ାକଡ଼ି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ, ଯାନବାହାନ ଗୁଡ଼ିକୁ ଅଧିକ ତନିଖି କରିବା ସହ ଦୁର୍ଘଟଣା ସଂଖ୍ୟା ଯେପରି କମ୍ କରାଯାଇ ପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଇବା ଓ ସଡ଼କରେ ସୁରକ୍ଷିତ ଯାତ୍ରା ପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକମାନଙ୍କୁ କିପରି ଆହୁରି ଅଧିକ ସଚେତତା କରାଯାଇପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତା’ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯାତ୍ରା ସମୟରେ ହେଲମେଟ୍ ପିନ୍ଧିବା,ସିଟ୍‌ ବେଲଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା, ଦୁଇ ଚକିଆ ଯାନରେ ତିନି ଜଣ ନ ବସିବା,ଦ୍ରୁତ ବେଗରେ ଗାଡ଼ି ନଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଜିଲ୍ଲାରେ ଦୁର୍ଘଟଣାରେ ଯେପରି ଶୁନ ମୃତୁହାର ହେବ ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ସନସାଧରଙ୍କୁ ସଚେତନତା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ପୋଲିସ୍ ଥାନା ଅଧିକାରୀଙ୍କୁ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ କିପରି ସହାୟତା ଯୋଗାଇବ ଏବଂ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଆଜିର ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜ୍ଵସ) ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ, ପାରଳାଖେମୁଣ୍ଡି ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି,ଉପଖଣ୍ଡ ପୋଲିସ୍ ଅଧିକାରୀ ଅର୍.ଉଦୟଗିରି ଶ୍ରୀ ଦିଲ୍ଲୀପ କୁମାର ନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ପୂର୍ତ୍ତ ବିଭାଗ) ଅଧିକାରୀ ଶ୍ରୀକାନ୍ତ ସାମଲ,ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସାନ୍ତୁନ କୁମାର ପରିଡ଼ା, ଡେପୁଟି କଲେକ୍ଟର- ତଥା – ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ପ୍ରମୁଖଙ୍କ ସହ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Exit mobile version