Site icon Awaj Media

ଆନ୍ତଃରାଷ୍ଟ୍ରୀୟ ସଂଗଠକ ଅଧ୍ୟାପକ ଚିନ୍ମୟ ଦାଶ ସମ୍ବର୍ଦ୍ଧିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନ୍ତଃରାଷ୍ଟ୍ରୀୟ ସଂଗଠନ କୋଣାର୍କର ଅନନ୍ୟ ବିନ୍ଧାଣୀ ତଥା ଭାରତୀୟ ସଭ୍ୟତା, ସଂସ୍କୃତି, ସଂସ୍କାର ଓ ପରମ୍ପରାକୁ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ପ୍ରତିଷ୍ଠିତ କରିପାରିଥିବା ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କୁ ସ୍ଥାନୀୟ ଭଦ୍ରକ ଜିଲ୍ଲାର ପରସିଙ୍ଗାସ୍ଥିତ ସବୁଜ କ୍ଲବର ୪୬ତମ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ସମାବର୍ତନ ସଭାରେ କ୍ଲବର ସମ୍ପାଦକ ଅଜୟ ଧଳ, ସଭାପତି ରଘୁନାଥ ନାୟକ, ମୁଖ୍ୟ ଅତିଥି ପ୍ରଭାସ ରଂଜନ ବିଶ୍ବାଳ ଆଦି ଯୋଗଦାନ କରି ଶ୍ରୀଯୁକ୍ତ ଦାଶଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ, ଉତ୍ତରୀୟ ଏଵଂ ଅନ୍ୟାନ୍ୟ ଉପଢୌକନ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବାବଲପୁର ଗ୍ରାମରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ଶ୍ରୀଯୁକ୍ତ ଦାଶ ଆଜକୁ ଦୀର୍ଘ ଏଗାର ଶହରୁ ଉର୍ଦ୍ଧ୍ବ ଦିନ ଧରି ନିରବଚ୍ଛିନ୍ନ ଭାବରେ ମହାମାରୀ କରୋନା ସଂପର୍କରେ ସଚତନତା, କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ମାନଙ୍କୁ ମାଗଣାରେ ସେବା ଯୋଗାଇଦେବା ଓ ବିଭିନ୍ନ ଦେଶରେ ଚିନ୍ମୟ ଫାଉଣ୍ଡେସନର ଶାଖା ମାଧ୍ୟମରେ ବୈଦିକ ବିଚାରଧାରାକୁ ପ୍ରତିଷ୍ଠିତ କରିବା ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଉକ୍ତ ମାନପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶଙ୍କ ଦ୍ଵାରା “ବୈଦିକ ବିଚାରଧାରା ଓ ଭାରତୀୟ ସଂସ୍କୃତିରେ ପୂଜ୍ୟ ପୂଜାର ପରମ୍ପରା” ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା ।

Exit mobile version