ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ରେ ନୂତନ ବିଡ଼ିଓ ଭାବରେ ଦାୟୀତ୍ବ ଗ୍ରହଣ କଲେ ଶୀତଲ ଅଗ୍ରୱାଲ । ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହରେ ସମସ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକାରିତାକୁ ନେଇ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅତିରିକ୍ତ ବିଡ଼ିଓ ସିମାଦ୍ରି ପାତ୍ର, ଏ ଇ ଅଦ୍ୟସା ଦାସ, ଜେଇ ଭଞ୍ଜ କିଶୋର ପାଣି, ଏଇଇ ସୁରେଶ ମଲ୍ଲିକ ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ପିଇଓ, ମତ୍ସ୍ୟ ବିଭାଗ ଅଧିକାରୀ, ଯୋଗାଣ ବିଭାଗ ଅଧିକାରୀ ଆଦି ଉପସ୍ଥିତ ଥିଲେ । ନୂତନ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଡ଼ିଓଙ୍କୁ ସମସ୍ତ ଅଧିକାରୀ ପ୍ରଥମେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରକାଶ ଥାଉକି ନୟାଗଡ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟ କରୁଥିବା ଶୀତଲ ଅଗ୍ରୱାଲ ବାଣପୁର ବିଡ଼ିଓ ଭାବରେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ବାଣପୁର ବ୍ଲକରେ ନୂତନ ବିଡ଼ିଓ ଭାବେ ଦାୟୀତ୍ବ ଗ୍ରହଣ କଲେ ଶୀତଲ ଅଗ୍ରୱାଲ !!!

