Site icon Awaj Media

ବାଲୁଗାଁ ପୋଲିସ ଓ ଏମଭିଆଇ ଟିମର ମିଳିତ ସହଯୋଗରେ ଗାଡି ମୋଟର ଯାଞ୍ଚ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଅବସରରେ ଗୁରୁବାର ବାଲୁଗାଁ ଥାନା ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ଉପରେ କଡା ପଦକ୍ଷେପ ନିଆଯାଇଛି । ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ନେତୃତ୍ୱରେ ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ତଥା ନାଭାଲ ଫାଣ୍ଡି ଅଧିନସ୍ଥ ଚିଲିକା ଢ଼ାବାର ଉଭୟ ପାର୍ଶ୍ଵରେ ସଦଳବଳେ ପୁଲିସ ଟିମ ରହି ଅନେକ ବାଇକକୁ ଜବତ କରିବା ସହିତ ବିନା ହେଲମେଟରେ ଯାଉଥିବା ବାଇକ ଚାଳକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସଚେତନ କରାଇଛନ୍ତି । ଏପରିକି କେତେକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ବେଳେ ଅନେକଙ୍କ ବାଇକର କାଗଜପତ୍ର ମଧ୍ୟ ଠିକ ନଥିବା ସହିତ ମଦ୍ୟପ ମାନଙ୍କର ବାଇକକୁ ଜବତ କରି ମଦ୍ୟପ ମାନଙ୍କୁ ଅଟକ ରଖା ଯାଇଥିବା ଜଣାପଡିଛି । ଏହି ଚେକିଙ୍ଗ ବେଳେ ଦୁଇଟି ବାଇକ ଜବତ କରିବା ସହ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯାଇଛି l ବାଲୁଗାଁ / ବାଣପୁର ଥାନା ପୁଲିସ ପକ୍ଷରୁ ଦୃତ ବାଇକ ଚାଳନାକୁ ରୋକିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେଇଥିବା ଜଣାପଡିଛି । ବିଶେଷ କରି ୧୮ ବର୍ଷରୁ କମ ବାଇକ ଚାଳନା କରୁଥିବା ନାବାଳକ ମାନଙ୍କର ଅଭିଭାବକ ମାନଙ୍କୁ ତାଗିଦ କରିବା ସହିତ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ଗୁରୁବାର ସକାଳେ ୨ ଜଣ ନାବାଳକ ଛାତ୍ର ଦୃତ ଗତିରେ ବାଇକ ଚାଳନା କରି ଯିବା ସମୟରେ ବାଲୁଗାଁ ଥାନା ପୁଲିସ ସେମାନଙ୍କୁ କାବୁ କରିନେଇ ଅଟକ ରଖିଛନ୍ତି । ପ୍ରତ୍ୟେକ ଦିନ ବାଲୁଗାଁ ଅଞ୍ଚଳରେ ଏହି ଯାଞ୍ଚ ଅଭିଯାନ ଜୋରଦାର ହେବ ବୋଲି ଶ୍ରୀ ଦାଶ କହିଛନ୍ତି । ବାଲୁଗାଁ ବଜାର ମଧ୍ୟରେ ମନଇଚ୍ଛା ଗାଡି ରଖି ରାସ୍ତା ଅବରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

Exit mobile version