Site icon Awaj Media

ସାଇ ଶ୍ରିମୟୀଙ୍କ ନୂଆ ଠିକଣା ପାଲଟିଲା ଜର୍ମାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜର୍ମାନ ଦମ୍ପତି କଟକରେ ପହଞ୍ଚି ପୋଷ୍ୟ କନ୍ୟା ଗ୍ରହଣ କରିଛନ୍ତି । ଏହି ସମୟରେ କଟକ ଜିଲ୍ଲାପାଳଙ୍କ ସହିତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । କଟକ ଚୌଦ୍ଵାରସ୍ଥିତ ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି ରେ ପିତାମାତାଙ୍କ ଠିକଣା ନ ଥିବା ଏହି କୁନି ଝିଅ ଟି ୧୦ ମାସ ହେଲା ରହି ଆସୁଥିଲା । ଆଡ଼ପସନ୍ କେବଳ ଯେ ପିଲା ନ ଥିଲେ କରିବେ ତାହା ନୁହେଁ ପିଲା ଥିଲେ ଆପଣ ଯଦି ଆଉ କାହାକୁ ଆଡ଼ପସନ୍ କରୁଛନ୍ତି ତେବେ ତାହା ଏକ ମହତ୍ କାମ ବୋଲି କହିବା ସହ ସେମାନେ ଆଡପ୍ଟ କରିଥିବା କୁନି ଝିଅଟିକୁ ଏକ ଭଲ ଭବିଷ୍ୟତ ଦେବାକୁ ସେମାନେ ଚେଷ୍ଟା କରିବେ ବୋଲି କହିଛନ୍ତି ଜର୍ମାନ ଦମ୍ପତି । ତେବେ କଟକ ଚୌଦ୍ଵାର ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟିରେ ସାଇ ଶ୍ରିମୟୀ ନାଁ ପାଇଥିବା ଏହି ୧୦ ମାସର ଝିଅଟି ଏବେଠୁଁ ଜର୍ମାନ ଦମ୍ପତିଙ୍କ ପାଖେ ସାଇ ମିନାକ୍ଷୀ ସାରଭାମା ନାଁ ରେ ପରିଚିତ ହେବ । ଏହି ପୁରା ଆଡ଼ପସନ୍ ସେଣ୍ଟ୍ରାଲ ଆଡପସନ ରିଶୋର୍ସ ଅଥୋରୋଟିର ନିୟମ ଅନୁଯାୟୀ ହୋଇଛି । କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ମଧ୍ୟ ଶିଶୁଟିର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

Exit mobile version