Site icon Awaj Media

ମହା ଆଡମ୍ବରରେ ଅରପୁର ଗ୍ରାମରେ ବାର୍ଷିକ ଅଷ୍ଟପ୍ରହରୀ ଓ ରାମନବମୀ ଉଦଯାପିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଦ୍ବାରା ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଠାରୁ ଆରମ୍ଭ ହୋଇଥିବା ନବଦିନ ବ୍ୟାପି ଶ୍ରୀରାମ ନବମୀ ପୂଜା ବହୁ ଆଡମ୍ବରରେ ଆଧ୍ୟାତ୍ମିକ ପରିବେଶରେ ଶେଷ ହୋଇଛି । ଡମପଡା ବ୍କକରେ ପାଥପୁର, ଦୁଲଣାପୁର, କୁସୁପଙ୍ଗୀ , ହରିରାଜପୁର, ଅରପୁର ଏବଂ ବାଙ୍କୀ ଏନ.ଏ.ସି.ର ସାହାଡାପଦା ଗ୍ରାମର ରାମନବମୀ ପୂଜା ବହୁ ପ୍ରାଚୀନ ଅଟେ । ଏହି ଗ୍ରାମ ମାନଙ୍କରେ ଗ୍ରାମ୍ୟ କଳାକାର ଏବଂ ନବମୀ ଉପାସକଙ୍କ ଦ୍ବାରା ଅଭିନିତ ରାମନାଟକ ମଂଚସ୍ଥ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଦୁଲଣାପୁର ପଂଚାୟତର ଅରପୁର ଗ୍ରାମରେ ସର୍ବପ୍ରଥମେ ରାମନବମୀ ପୂଜା ସମୟରେ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଡମପଡା ରାଜାଙ୍କ ଦ୍ବାରା ଆରମ୍ଭ ହୋଇଥିବା ସମୟରେ , ସ୍ବର୍ଗତ ବାନାମ୍ବର ନାୟକଙ୍କ ଦ୍ବାରା ରଘୁନାଥ ମନ୍ଦିର ସ୍ଥାପନା ହୋଇ ଗ୍ରାମବାସୀଙ୍କ ଦ୍ବାରା ଏହା ଆୟୋଜିତ ହୋଇଆସୁଛି !

ଚଳିତବର୍ଷ ଏହି ପୂଜା ୭୪ ବର୍ଷରେ ପଦାର୍ପଣ କରିଅଛି । ରାମନବମୀ ର ଶେଷ ତିନିଦିନ ଏଠାରେ ବାର୍ଷିକ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ନଵମୀ ଶ୍ରଦ୍ଧାଳୁମାନେ ପ୍ରଥମ ଦିବସରେ ପୂଜାର୍ଚ୍ଚନା ରିତିନୀତି ଅନୁସାରେ ସ୍ଥାନୀୟ ପୋଖରୀରୁ କୁମ୍ବ ବୁଡାଇ ଗ୍ରାମ୍ୟ ପରିକ୍ରମା କରି ରଘୁନାଥ ମନ୍ଦିର ପରିସରରେ କଳସୀ ସ୍ଥାପନ କରିଥିଲେ । ନବମୀ ପୁଜାର କର୍ତ୍ତା ଭାବେ ମଳୟ କୁମାର ପ୍ରଧାନ ନାମଯଜ୍ଞରେ ବସିଥିଲେ । ପାଖାପାଖି ଗ୍ରାମର ତେରଗୋଟି ମହିଳା କିର୍ତ୍ତନ ଗୋଷ୍ଠୀ ଉକ୍ତ ଅଷ୍ଟପ୍ରହରୀରେ ଭାଗନେଇ ଶ୍ରୀଚୈତନ୍ଯ ମହାପ୍ରଭୁମକର ଅହୋରାତ୍ରି ନାମଗାନ କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଭକ୍ତଗଣ ଏହାକୁ ଉପଭୋଗ କରିବା ସହିତ ପ୍ରସାଦ ସେବନରେ ସାମିଲି ହୋଇଥିଲେ । ବିଭିନ୍ନ ଦିବସର ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ପ୍ରଭାତ କୁମାର ତ୍ରିପାଠୀ , ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ , ଯୁବ ସମାଜସେବୀ ଅକ୍ଷୟ କୁମାର ବେହେରା ଯୋଗଦେଇ ଗ୍ରାମର ଏକତାପଣକୁ ଉଚ୍ଚ ପ୍ରଶଂସା କରିବା ସହିତ ପ୍ରଭୁଂକ ଆଶୀର୍ବାଦ କାମନା କରିଥିଲେ ।ଅରପୁର ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପ୍ରତକ୍ଷ ସହଯୋଗରେ ମହାଆଡମ୍ବରରେ ଗ୍ରାମ୍ୟ ଶାନ୍ତି କମିଟିର ଆବାହାକ ଜୟାନନ୍ଦ ବିଶ୍ବାଳ, ସୁଧାଂଶୁ ଶେଖର ନାୟକ, ରାମାନନ୍ଦ ନାୟକ, ବିପିନବିହାରୀ ନାୟକ, ଶ୍ରୀନିବାସ ସ୍ବାଇଁ, ବିକାଶ ସ୍ବାଇଁଙ୍କ ଦ୍ବାରା ସମାପିତ ହୋଇଅଛି ।

Exit mobile version