Site icon Awaj Media

ସାନ ରାଧାକାନ୍ତ ମଠରେ ମଲ୍ଲି ଝୁଲଣ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହ ନାଥ ) ମନ୍ଦିରରେ ଚୈତ୍ର ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ୱାବାଧାନରେ ମଲ୍ଲି ଝୁଲଣ ଅନୁଷ୍ଠିତ ହୋଇ ଯାଇଛି । ରାଧାକାନ୍ତ ମହାପ୍ରଭୁ ଓ ନୃସିଂହ ନାଥ ମହାପ୍ରଭୁଙ୍କୁ ନେଇ ଝୁଲଣ ମନ୍ଦିର ପରିସରରେ ଚାଲିଛି । ବସନ୍ତ ଋତୁର ଆଗମନରେ ଧରା ପୃଷ୍ଠରେ ନୂତନ ପୁଷ୍ପ ପ୍ରସ୍ପୃଟିତ ହୋଇଥାନ୍ତି , ସେ ମଧ୍ୟରୁ ମଲ୍ଲିକା ପୁଷ୍ପ ସୌନ୍ଦର୍ଯ୍ୟ ଓ ସୁଗନ୍ଧ ଅନୁଭବ କରିବା ପାଇଁ ଶ୍ରୀ ଯୁଗଳ କିଶୋର ଙ୍କୁ ସଖୀ ମଞ୍ଜରି ମାନେ ମଲ୍ଲି ପୁଷ୍ପରେ ଦୋଳି ସଜାଇ ଉଭୟ ଯୁଗଳଙ୍କୁ ବିରାଜ ମାନ କରି ସେବାକାନ୍ତ କରିଥାନ୍ତି । ଉକ୍ତ ପରମ୍ପରା କୁ ଏହି ମଠରେ ଦୀର୍ଘ 60 ବର୍ଷ ଧରି ପାଳନ କରାଯାଉଛି । ମଠର ମହନ୍ତ ମାନଙ୍କ ଦ୍ଵାରା ମଲ୍ଲିକା ଝୁଲଣ ଚାଲିଛି ଓ ଏହି ଝୁଲଣରେ ଭଜନ ସଂକୀର୍ତ୍ତନ ହେବା ସହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

Exit mobile version