ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଫିସରେ କାମ କରୁଥିବା କର୍ମଚାରୀଙ୍କର ଦୀର୍ଘ ବର୍ଷ ହେଲା ବଦଳି ନହେବା ଜିଲ୍ଲାରେ ସମସ୍ତଙ୍କୁ ଚକିତ କରିଛି । ଯାହା ଦ୍ୱାରା ଜିଲ୍ଲା ରେ ବିକାଶରେ ବାଧକ ସାଜିଥିବାର ଅଭିଯୋଗ ହେଉଅଛି । ତେଣୁ ତୁରନ୍ତ କ୍ଷେତ୍ର କର୍ମଚାରୀ ଓ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ସକାଶେ ଦାବି ହେଉଛି । କେତେକ କର୍ମଚାରୀ କାର୍ଯ୍ୟାଳୟରେ ଦୀର୍ଘ 10 ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଥିବାର ଜଣା ପଡ଼ିଛି । ସ୍ଥାନୀୟ ଲୋକ ହୋଇ ଥିବାରୁ ଜିଲ୍ଲାର ବିକାଶରେ ବାଧକ ସାଜିଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ 10 ବର୍ଷ ରୁ ଅଧିକ ଥିବା କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି କରି ତୁରନ୍ତ ନୂତନ କର୍ମଚାରୀ ଙ୍କୁ ଅବସ୍ଥାପିତ କରିବାକୁ ଦାବି ହେଉଛି । କାର୍ଯ୍ୟାଳୟରେ କାର୍ଯ୍ୟରତ ଅଫିସର ମାନେ ଏ ବିଷୟରେ ଅବଗତ ଥିଲେ ମଧ୍ୟ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉ ନାହାଁନ୍ତି ନା ଜାଣି ଶୁଣି ନିରବ ଦ୍ରଷ୍ଟା ସାଜିଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବିଷୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଫିସର ମାନେ ଜିଲ୍ଲା ପ୍ରଶାସନକୁ ଅବଗତ କରାଉ ନାହାଁନ୍ତି କି ନା ଜିଲ୍ଲା ପ୍ରଶାସନ ଜାଣି ଶୁଣି ଏମାନଙ୍କୁ ବଦଳି କରାଉନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପଟେ ରାଜ୍ୟ ସରକାର ସ୍ୱଚ୍ଛତା 5 T ମୋ ସରକାର କହୁଥିବା ବେଳେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ବ ବଦଳି ନ ହେବା ସମସ୍ତ ଙ୍କୁ ଚକିତ କରିଛି । ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ବଦଳି ନହେବା ଜିଲ୍ଲା ବାସୀଙ୍କୁ ଚକିତ କରିଛି । ସ୍ୱଚ୍ଛତା ଉପରେ ଓ 5t ମୋ ସରକାର କାର୍ଯ୍ୟକରିତ। ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।
ଗଜପତିରେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ବଦଳି କେବେ ? ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ନୀରବ !!!

