Site icon Awaj Media

ନୟାଗଡ ପୂରପଲ୍ଲୀ ରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ରେ ମହକିବ ନୟାଗଡ ର ଛେନାପୋଡ଼ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ର ପୂରପଲ୍ଲୀ ରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ରେ ମହକିବ ନୟାଗଡ ର ଛେନାପୋଡ଼ ! ବିଶ୍ୱ ଛେନା ପୋଡ଼ ଦିବସ ଅବସରରେ ନୟାଗଡ ରେ ପ୍ରସ୍ତୁତି ଚାଲିଛି ଜୋରଦାର, ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଯୁବ ଗୋଷ୍ଠି ତଥା ପୋଡ଼ ବେପାରୀ ସମସ୍ତେ ମତୁଆଲା ! ନୟାଗଡ ଛେନାପୋଡ଼ ର ସ୍ରଷ୍ଟା ସୁଦର୍ଶନ ସାହୁ ଙ୍କ ଆଜି ହେଉଛି ଜନ୍ମ ଦିବସ, ଏହି ଦିବସ ଅବସରରେ ପାଳିତ ହେବାକୁ ଯାଉଛି ବିଶ୍ୱ ଛେନା ପୋଡ଼ ଦିବସ ! ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବା ପାଇଁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ! ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ ଛେନାପୋଡ଼ କୁ ଜିଆଇ ଟ୍ୟାଗ କରିବା ପାଇଁ ଉଦ୍ୟମ ଜାରି ରହିଛି ! ନୟାଗଡ ର ସମସ୍ତ ପୋଡ଼ ବ୍ୟବସାୟୀ, ତଥା ପୋଡ଼ କାରିଗର ଆଗ୍ରହର ସହ ପୋଡ଼ ତିଆରି କରିବା ଦେଖା ଯାଇଛି ! ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନ ରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବା ପାଇଁ ଜିଲ୍ଲା ର ଯୁବ ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି ! ନୟାଗଡ ବିକାଶ ମଞ୍ଚ ଦ୍ୱାରା ଜୟଦେବ ଭବନରେ ବିଶ୍ୱ ଛେନା ପୋଡ଼ ଦିବସ ପାଳନ କରାଯିବ ! ଏଥିରେ ଅତିଥି ଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପଦ୍ମଶ୍ରୀ ଶାବରମତୀ, ବିଶିଷ୍ଟ କଣ୍ଠ ଶିଳ୍ପୀ ତାନସେନ ସିଂ ଓ ବରିଷ୍ଠ ଶିଶୁ ସାହିତ୍ୟିକ ଦାସ ବେନହୂର ଯୋଗ ଦେବାର ପ୍ରସ୍ତୁତି ସରିଛି ! ଏହି ଅବସରରେ ନୟାଗଡ ସମସ୍ତ ଜନସାଧାରଣ , ପୋଡ଼ ବ୍ୟବସାୟୀ, ଯୁବ ଗୋଷ୍ଠୀ , ପୋଡ଼ କାରିଗର ମନରେ ଉତ୍ସlହ ସହ ଉତ୍ସବକୁ ଅପେକ୍ଷା କରି ରହିଛନ୍ତି !

Exit mobile version