Site icon Awaj Media

କୋଭିଡ ମୁକାବିଲା ପାଇଁ ଏସସିବି ରେ ମକଡ୍ରିଲ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କୋଭିଡ ମୁକାବିଲା ପାଇଁ ଏସସିବି ରେ ମକଡ୍ରିଲ । କିଛି ଦିନର ବ୍ୟବଧାନ ପରେ ପୁଣି ନାଲି ଆଖି ଦେଖାଇଲାଣି ମହାମାରୀ କରୋନା, ସେଥିପାଇଁ କେନ୍ଦ୍ର ସରକାର ନିକଟରେ ସମସ୍ତ ରାଜ୍ୟକୁ ଏହାର ମୁକାବିଲା କରିବା କ୍ଷେତ୍ରରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ଏସସିବି ମେଡିକାଲ ରେ ଏହାର ମୁକାବିଲା କରିବା ପାଇଁ ଏକ ମକ ଡ୍ରିଲ କାର୍ଯ୍ୟକ୍ରମ କୋଭିଡ ୱାର୍ଡ ପରିସରରେ ଅଭିଜ୍ଞ ଡାକ୍ତର ଏବଂ କୋଭିଡ ନିରୀକ୍ଷଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି କୁ କିପରି ତା ଘରୁ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ଅଣାଯିବ ! ଆଉ ଆଣିବା ପରେ ପ୍ରଥମ ପର୍ଯ୍ୟାୟରେ କିପରି ତାର ଆଣ୍ଟିଜେନ ଟେଷ୍ଟ ହେବ ଏବଂ ତା ପରେ ସେ କିପରି ଘରେ ହେଉ କିମ୍ବା ଏସିବିରେ ସଫଳ ଚିକିତ୍ସିତ ହୋଇ ପାରିବ ସେ ନେଇ ଏକ ସଫଳ ମକଡ୍ରିଲ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏସସିବି ର ବରିଷ୍ଠ ଡାକ୍ତର , ଷ୍ଟାପନର୍ସ ,ଜରୁରୀକାଳୀନ ଡାକ୍ତର ଭୁବନାନନ୍ଦ ମହାରଣା , ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଗକୁ କୋଭିଡ ସଂକ୍ରମଣ ଜନିତ ପରିସ୍ଥିତି ଆସିଲେ ବି କଟକ ଏସସିବି ମେଡିକାଲ ତାର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଏସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 

Exit mobile version