Site icon Awaj Media

ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ରେ ପଣା ଉତ୍ସବ ପାଳନ !!!

Spread the love

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ ସହ ପଣା ଉତ୍ସବ ଆୟୋଜିତ ହୋଇଯାଇଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଏନେଇ ଆୟୋଜିତ ଏକ ଉତ୍ସବରେ ପରିଷଦ ପକ୍ଷରୁ ବେଲ, ବସାଦହି, କଦଳୀ, ନଡ଼ିଆ ଇତ୍ୟାଦିରେ ପ୍ରସ୍ତୁତ ସୁସ୍ବାଦୁ ପଣା ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ଵ ଆଜିର ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମ ସଭ୍ୟତା ସଂସ୍କୃତି ର ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଭୁଲି ଆମ ସାମାଜିକ ଚଳନି କଳ୍ପନା କରାଯାଇ ପାରେନା । ଏମିତି କିଛି ମତ ଆଉ ବିଶ୍ଵାସ ସହ ପରିଷଦର ସଦସ୍ୟ ମାନେ ଉତ୍ସାହ ସହକାରେ ଉତ୍ସବରେ ସାମିଲ ହୋଇଥିଲେ । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସମାଜସେବୀ ମାନି ପଣ୍ଡା, ପୁଷ୍ପଲତା ମହାପାତ୍ର, ବୈଲୋଚନ ସାହୁ, ସୀମାଦ୍ରି ଶେଖର ସାହାଣୀ, ମନୋରଂଜନ ପଣ୍ଡା, ମନୋରଂଜନ ଦାଶ, ସୁକାନ୍ତ ମହାନ୍ତି, ଲକ୍ଷ୍ମଣ ଦାଶ, ଜୟପ୍ରଦା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Exit mobile version