କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଓଡ଼ିଶାରେ ଶ୍ରମିକ ମାନଙ୍କ ପାଇଁ ସରକାର ଯେତେ ନିୟମ କଲେକି ତାହା ଶ୍ରମିକ ମାନଙ୍କ କାର୍ଯ୍ୟ ରେ ଲାଗି ପାରୁନାହିଁ । ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଇ ସେମାନଙ୍କୁ ସାଇକେଲ, ହେଲମେଟ, ଘର ନିର୍ମାଣ ଯନ୍ତ୍ରପାତି , ପୁଅ ଝିଅ ମାନଙ୍କ ବିବାହ ଆଦି ସହଯୋଗ କରି ଆସୁଥିବା ବେଳେ ରାଜନୀତିକ କାରଣ ଯୋଗୁ ସଠିକ୍ ହିତାଧିକାରୀ ଏହାର ସୁଯୋଗରୁ ବଞ୍ଚିତ ହେଉଛନ୍ତି । ବିଶେଷ କରି କଳାପଥର ଧଳାପଥର ଅଞ୍ଚଳ କୁ ଲାଗିଥିବା ନୟାଗଡ଼ ଜିଲ୍ଲାର ଅନେକ ଗ୍ରାମରୁ ନିଜର ପରିବାର ପ୍ରତିପୋଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ରୁ ଦାଦନ ଶ୍ରମିକ ଖଟିବାକୁ ଅନ୍ୟତ୍ର ଯାଇଥାନ୍ତି । ଏହିଭଳି ଏକ ଘଟଣା ଘଟିବା ପରେ ଲୋକ ଲୋଚନ କୁ ଆସିଛି ! ନୟାଗଡ଼ ଜିଲ୍ଲା ନାକଡେଇଁ ଗ୍ରାମର ବିନୟ ପରିଡ଼ା ବୟସ ୩୪ ଦାଦନ ଖଟିବା ପାଇଁ ଚେନ୍ନାଇ ଯାଇଥିଲେ , ଦଲାଲ ଙ୍କ ମାଧ୍ୟମରେ ଚେନ୍ନାଇ ସହର ଠାରେ ରେ ଆଜବେଷ୍ଟ କମ୍ପାନୀରେ କାର୍ଯ୍ୟ କରିଥିଲା ବେଳେ ଆଜବେଷ୍ଟ ର ଧାର ପାଇଁ ଡାହାଣ ଗୋଡ଼ରୁ ମାଂସ ଉତାରି ହୋଇଯିବା ଫଳରେ ଚିକିତ୍ସା ପାଇଁ ନିଆଯାଇ ଚିକିତ୍ସା ସମୟରେ ଜଣା ପଡିଲା ବାମ ଆଣ୍ଠୁ ଉପରକୁ କାଟି ଦିଆଯିବ । ତାପରେ ନିଜର ଗୋଡ ହରାଇ ନିଜର ଅର୍ଥ ଅଭାବରୁ ନିଜ ଶଶୁର ଘରେ ଚିକିତ୍ସିତ ହେଉଛନ୍ତି । ସେ ଦୁଇ ପ୍ରାଣୀ ଏକ ଏଗାର ବର୍ଷର ପୁଅ , ଗୋଡ ହରାଇଲା ପରେ କିଛି ରୋଜଗାର କରିପାରିବେ ନାହିଁ ଜୀବନରେ ବଞ୍ଚିବା ପାଇଁ ରାସ୍ତା ଖୋଜୁଖୋଜୁ ତାଙ୍କ କାମ ତାଙ୍କୁ ଏଭଳି ପଙ୍ଗୁ କରିଦେବ ବୋଲି ବିନୟ କୁ ଜଣା ନଥିଲା । ଓଡ଼ିଶା ସରକାରଙ୍କ କୁଢ଼କୁଢ଼ ଯୋଜନା ଶ୍ରମିକ କୁ ଯୋଗାଇ ପାରୁନାହିଁ ଦାନା । ବୁଦ୍ଧିଜୀବୀ ମାନେ କହୁଛନ୍ତି ସରକାର ଶୀତତାପ ନିୟନ୍ତ୍ରିତ ଘରେ ବସି ଯୋଜନା ନକରି ତୃଣମୂଳ ସ୍ତରକୁ ଆସି ଯୋଜନା କଲେ ତାହା ଶ୍ରମିକ ,କୃଷକ ଓ ସର୍ବସାଧାରଣ ଙ୍କୁ କର୍ମ ସଂସ୍ଥାନ ଯୋଗାଇ ପାରନ୍ତା ।
ଓଡ଼ିଶାରେ ଗ୍ରାମାଞ୍ଚଳ ପାଇଁ ଶ୍ରମ ନୀତି ବାଟବଣା !!!

