Site icon Awaj Media

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର – ବାଲୁଗାଁ ଅଂଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଆ ନବବର୍ଷ , ପଣା ସଂକ୍ରାନ୍ତି ଓ ମହାବୀରଙ୍କ ଜନ୍ମଦିନ ଉପଲକ୍ଷେ ବଜରଙ୍ଗ ଦଳ ଚିଲିକା ଖଣ୍ଡ ପକ୍ଷରୁ ଶୁକ୍ରବାର ବାଲୁଗାଁ ମାମୁଁଭଣଜା ପାହାଡ଼ର ପାଦ ଦେଶରେ ଥିବା ଶ୍ରୀରାମ ଓ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରିଥିଲେ । ରାମ ଧ୍ୱନି ଓ ହନୁମାନ ଧ୍ୱନିରେ ବାଲୁଗାଁ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସତେ ଯେପରି ଭଗବାନ ଓ ଭକ୍ତଙ୍କ ମିଳନ ପର୍ବ ଚାଲିଥିଲା ! ଏହି ଶୋଭାଯାତ୍ରାକୁ ସ୍ୱାଗତ ଜଣାଇ ପ୍ରତ୍ୟେକ ପରିବାର ପକ୍ଷରୁ ସମ୍ବର୍ଦ୍ଧନା ଜଣାଇବା ସହିତ ପୂର୍ଣକୁମ୍ଭ ବସାଇ ଦ୍ବୀପ ପ୍ରଦାନ କରିଥିଲେ । ବଜରଙ୍ଗ ଦଳ ଚିଲିକା ଖଣ୍ଡର ସଂଯୋଜକ ବିଶ୍ଵଜିତ ବେହେରା, ଖଣ୍ଡ ପ୍ରମୁଖ ରାଜେଶ ନାୟକଙ୍କ ନେତୃତ୍ୱରେ ବାଇକ ଶୋଭାଯାତ୍ରାରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ବଜରଙ୍ଗୀ କର୍ମୀ ସାମିଲ ରହି ବାଲୁଗାଁ ଅଞ୍ଚଳ ପରିକ୍ରମା କରିବା ସହିତ ବାଣପୁର ଅଭିମୁଖେ ଯାତ୍ରା କରିଥିଲେ । ପ୍ରଚଣ୍ଡ ଖରା ସତ୍ତ୍ୱେ ଏହାକୁ ଭୃକ୍ଷେପ ନକରି ଓଡ଼ିଆ ନବବର୍ଷକୁ ସ୍ୱାଗତ ଜଣାଇବା ସହିତ ମହାବୀର ଜନ୍ମ ଉତ୍ସବକୁ ଧୁମଧାମରେ ପାଳନ କରାଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version