Site icon Awaj Media

ବାଲୁଗାଁ ଉମା ମହେଶ୍ୱର ଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ଅନୁଷ୍ଠିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମାମହେଶ୍ୱର ଦେବଙ୍କ ପୀଠରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚଦଶ ବାର୍ଷିକ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ମହା ସମାରୋହରେ ସମାପନ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଅଷ୍ଟଶମ୍ଭୁ ମାନଙ୍କ ମହା ମିଳନ ପର୍ବ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଲୁଗାଁ ଅଞ୍ଚଳର ଠାକୁର ଶ୍ରୀ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ସିଂହନାଥ ଦେବ ବିଜେ ସୀଙ୍ଗେଶ୍ଵର, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ବିଜେ ନିମିକ୍ଷେତା, ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳ ମୁଣ୍ଡାଇ, ଶ୍ରୀ ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡକୂଳ, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ମଙ୍ଗରାଜପୁର, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ରଘୁନାଥପୁର, ଶ୍ରୀ ଶ୍ରୀ ଦଧିବାମନ ଦେବ ବିଜେ ସାନ୍ତରାପୁର, ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ ବିଜେ ପାଟଣା ସାହି, ଶ୍ରୀ ଶ୍ରୀ ରଘୁନାଥ ଦେବ ବିଜେ ବାଲୁଗାଁ, ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ ବିଜେ କୁଲାକୁଣ୍ଡେଇ ନୂଆଗାଁ, ମା ଜାଗୁଳାଇ ଠାକୁରାଣୀ ପାଟଣା ସାହି, ଜାଗୁଳାଇ ଠାକୁରାଣୀ ଗୁଣ୍ଡୁରିପୁର, ମା ଚଣ୍ଡୀ ଠାକୁରାଣୀ ମିଳନ ପର୍ବକୁ ଆସିଥିଲେ ! ସୁସଜ୍ଜିତ ବିମାନ ସହିତ ଶୁକ୍ରବାର ରାତ୍ର ସମୟରେ ସମସ୍ତ ଠାକୁରଙ୍କୁ ଗ୍ରାମବାସୀ ମାନେ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ଉମାମହେଶ୍ୱର ଦେବଙ୍କ ଯାତ୍ରା ପଡ଼ିଆରେ ମଧ୍ୟରେ ପ୍ରବେଶ କରିବା ସହିତ ସମସ୍ତ ଠାକୁର ନିଜ ନିଜ ଆସନ ଗ୍ରହଣ କରିଥିଲେ । ସକାଳ ସମୟରେ ସମସ୍ତ ଠାକୁରଙ୍କ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା ହେବା ସହ ଅପରାହ୍ନ ସମୟରେ ହୋମ ପୂର୍ଣ୍ଣାହୁତି ଓ ପୁରସ୍କାର ବିତରଣ ହୋଇଥିଲା । ସନ୍ଧ୍ୟା ସମୟରେ ସମସ୍ତ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଭକ୍ତ ଭଗବାନ ଙ୍କ ଏହି ମେଳଣ ପର୍ବକୁ ଦେଖିବା ପାଇଁ ବାଲୁଗାଁ ବାଣପୁର ଓ ତାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ କମିଟି ବାଲୁଗାଁ ପରିଚାଳନା କରିଥିଲେ ।

Exit mobile version