Site icon Awaj Media

ଜିଲ୍ଲା ସ୍ତରୀୟ ମେଗା ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମେଗା ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ କାଉଟି କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ସାଂସଦ ବ୍ରହ୍ମପୁର ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିଲେ ! ଅନ୍ୟ ସମ୍ମାନିତ ଅତିଥି ଭାବରେ ଶ୍ରୀ ଜି.ତ୍ରିପତି ରାଓ, ଅଧକ୍ଷ ଜିଲ୍ଲାପରିଷଦ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତ,ପାରଳାଖେମୁଣ୍ଡି ଉପ- ଅଧକ୍ଷ ଶ୍ରୀ ଲେଙ୍କା ମଧୁ, ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ ପ୍ରମୁଖ ମଞ୍ଚଷିନ ଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ କହିଥିଲେ ଯେ ଗଜପତି ଜିଲ୍ଲାର ମୋଟ ୧୦୧ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୪ କୋଟି ୧୪ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିବା ସହ ମିଶନ ଶକ୍ତିର ଲକ୍ଷ ଉଦ୍ଦେଶ୍ୟ ଓ ମିଶନ ଶକ୍ତି ଜରିଆରେ ମହିଳା ସ୍ଵଂୟ ସହାୟକା ଗୋଷ୍ଠୀର ମାଆ ମାନେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ଉପରେ ମତ ରଖିଥିଲେ । ସେହିପରି ଗଜପତି ଜିଲ୍ଲାର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଗୋଡ଼ରେ ନିଜେ କି ଭଳି ଛିଡା ହୋଇ ଆତ୍ମ ନିର୍ଭରଶିଲ ହୋଇପାରିବେ ସେ ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଜିଲ୍ଲାର ସମସ୍ତ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ବିନା ଶୁଦ୍ଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନା ତଥା ମିଶନ ଶକ୍ତି,ସାମାଜିକ ଭିନ୍ନକ୍ଷମ, ଜାଗା ମିଶନ, ମଧୁବାବୁ ପେନସନ ଯୋଜନା, ମୁକ୍ତା ଯୋଜନା ଜନସାଧାରଣଙ୍କୁ ଏହି ସବୁ ଯୋଜନାରେ ସାମିଲ କରାଯାଇ ଜନସାଧାରଣ ଉପକୃତ ହେଉଛନ୍ତି। ମିଶନ ଶକ୍ତି ମାଧ୍ଯମରେ ୪ ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଚୁନା କଳ ଓ ଧାନ କଳ ପ୍ରଦାନ କରାଯାଇଛି । ଋଣ ପ୍ରଦାନ କରିବା ରେ ବିଭିନ୍ନ ବ୍ଯାଙ୍କ ମାନଙ୍କ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ଯାଙ୍କ, ବ୍ଯାଙ୍କ ଅଫ ଇଣ୍ଡିଆ, କାନରା ବ୍ଯାଙ୍କ, ପାରଳାଖେମୁଣ୍ଡି ଜିଲ୍ଲା ସମବାୟ ବ୍ଯାଙ୍କ, ଉତ୍କଳ ଗ୍ରାମୀଣ ବ୍ଯାଙ୍କ, UCO ବ୍ଯାଙ୍କ ଓ Union ବ୍ୟାଙ୍କ ଏହି କାଯ୍ଯକ୍ରମରର ଅଂଶ ଗ୍ରହଣ କରି ଋଣର ଚେକ୍ ପ୍ରଦାନ କରଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏହି କାଯ୍ଯକ୍ରମର ଆୟୋଜନ କରାଯାଇଛି ଥିବା ବେଳେ ଉପସ୍ଥିତ ଥିଲେ ପିଏ ଆଇଟିଡିଏ ଶ୍ରୀ ଫାଲଗୁନି ମାଝୀ, ମିଶନ ଶକ୍ତି ଡ଼ି ପି ସି, ରଶ୍ମୀ ରଞ୍ଜନ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟୀ କଲେକ୍ଟର ତଥା ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀମତୀ ମନସ୍ମିତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version