Site icon Awaj Media

ରାମବାଗ ମଠ ପରିସରରେ ବ୍ଲକ କଂଗ୍ରେସ ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତର୍ଗତ ରଘୁଦେଇପୁର ପଂଚାୟତର ରାମବାଗ ମଠ ପରିସରରେ ବ୍ଲକ କଂଗ୍ରେସ ପକ୍ଷରୁ ବିଷୁବ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ସରପଂଚ ସଂଘ ସଭାପତି ରଘୁନାଥ ଶତପଥୀ, ପୂର୍ବତନ ଜିଲ୍ଲା ସେବା ଦଳମୁଖ୍ୟ ଜୟଦେବ ପରିତା, ବରିଷ୍ଠ କଂଗ୍ରେସ ନେତା ସୁଖଦାନନ୍ଦ ପ୍ରଧାନ, ରାଜୀବ ଲୋଚନ ମିଶ୍ର, ଗୋଲକ ଚନ୍ଦ୍ର ସ୍ବାଇଁ, ରଂଜନ କୁମାର ମଲ୍ଲିକ, ଖଗେଶ୍ଵର ସିଂ, ନନ୍ଦକିଶୋର ନାୟକ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ନିମାଇଁ ଚରଣ ଜେନା , ମାନସ ଜେନା , ସୁଧିର ରାଉତ, ସେକ ହାରୁନ, କରୁଣାକର କର ପ୍ରମୁଖ ପରିଚାଳନା କରିଥିଲେ ।

Exit mobile version