ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳିତ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ୍ ବ୍ଲକ ଅନ୍ତର୍ଗତ ଲଛମନଜୀଉ ମନ୍ଦିରରେ ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ତିରୋଧାନ ଦିବସରେ ଏକ ସମୃଦ୍ଧ, ସଶକ୍ତ, ସ୍ୱାଭିମାନୀ ନବିନ ଓଡିଶା ଗଢିବାରେ ସଂକଳ୍ପ ନେବା ସହ ସମୂହ ଦୀପଦାନ ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ତଥା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ,ଡେରାବିଶ୍ ବ୍ଲକ ସଭାପତି ଓ ଉପାଧକ୍ଷା ଦେବାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠିଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏବଂ ବିଜୁ ଜନତା ଦଳର ଅନେକ କର୍ମୀ ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *