Site icon Awaj Media

ଲାଲ ବାବା ପୀଠରେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଆ ନବବର୍ଷ ପବିତ୍ର ପଣାସଂକ୍ରାନ୍ତି ଏବଂ ଶ୍ରୀ ହନୁମାନଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ କୁଳଗାଁ ଈଶାଳୋ ଠାରେ ନଅ ଦିନ ବ୍ୟାପୀ ଶ୍ରୀଶ୍ରୀ ଲାଲ୍‌ ବାବା ହନୁମାନ ଙ୍କ ପୀଠରେ ଷଡ଼ବିଂଶତମ ବାର୍ଷିକ ଶ୍ରୀ ହନୁମତ୍ ପଞ୍ଚୁପାଣ୍ଡୟ ମହାଯଜ୍ଞ, ଶ୍ରୀରାମ ଚରିତ ମାନସ ନବାହ୍ନ ପ୍ରବଚନ ଜ୍ଞାନଯଜ୍ଞ ୫ ତାରିଖ ରୁ ଆରମ୍ଭ ହୋଇ ପଣା ସଂକ୍ରାନ୍ତି ଦିନ ଯଜ୍ଞର ପୂର୍ଣ୍ଣ ଆହୁତି ସମ୍ପୁର୍ଣ୍ଣ ହୋଇଯାଇଛି । ନଅଦିନ ବ୍ୟାପୀ ମହା ସମାରୋହରେ ରାମ ଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ବାହାରୁ ମଠ ମନ୍ଦିର ରୁ ସାଧୁସନ୍ଥ ମାନେ ଆସି ଯୋଗଦାନ ଦେବା ସହିତ ପ୍ରବଚନ ଦେଇଥିଲେ । ଏହି ମହାଯଜ୍ଞ ଓ ରାମଚରିତ ମାନସ ଦେଖିବା ନିମନ୍ତେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା । ଲାଲ ବାବା ପୀଠରେ ହନୁମାନ ଙ୍କ ଯଥା ରିତିନୀତି ଅନୁସାରେ ଜନ୍ମ ଉତ୍ସବ ପାଳନ କରାଯାଇଥିଲା । ସଂଧ୍ୟାରେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ର ପୂର୍ଣ୍ଣ ଆହୁତି ସମ୍ପୁର୍ଣ୍ଣ ହୋଇଥିଲା ।

Exit mobile version