Site icon Awaj Media

ଜିଲ୍ଲାପାଳ, ରାୟଗଡା ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସ୍ୱଧାଦେବ ସିଂ ମୋଟ 36 ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । 36ଟି ଅଭିଯୋଗ ମଧ୍ୟରୁ 26ଟି ବ୍ୟକ୍ତିଗତ ଓ 10 ଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା । ବିଶେଷ କରି ରାସ୍ତା, ବିଦ୍ୟୁତ, ବିଜୁ ପକ୍କାଘର, ପିଲାମାନଙ୍କୁ ବିଦ୍ୟାଳୟ ଓ ହଷ୍ଟେଲରେ ଦାଖଲ ନିମନ୍ତେ ଦରଖାସ୍ତ ଗୁଡିକ ଦାଖଲ ହୋଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଲାଲ ମୋହନ ରାଉତ ରାୟ, ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁର, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶିକା ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ପ୍ରମୁଖ ଅଭିଯୋଗ ଗୁଡିକ ଶୁଣାଣି କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀରେ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଶବର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଂଜନ ଦେହୁରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଗୁଣପୁର ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ବ୍ୟବସ୍ଥା କରାଯାଇଥିଲା । ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ମରଥୀଗୁଡା ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ, ଗୁଣପୁର ଆହାର କେନ୍ଦ୍ର, ଟଲନା ଉଚ୍ଚ ବିଦ୍ୟାଳୟ, ପୁଟ୍ଟସିଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା 5ଟି ଅନ୍ତର୍ଗତ ରୂପାନ୍ତରିତ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପ ଜିଲ୍ଲାପାଳ, ପ୍ରକଳ୍ପ ପ୍ରଶାସିକା, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version