Site icon Awaj Media

ବର୍ଷ ବର୍ଷ ଧରି ଅଚଳ ହୋଇ ପଡିରହିଛି ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଶୌଚାଳୟ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଦୀର୍ଘ ସାତ ବର୍ଷ ଧରି ଖୋର୍ଦ୍ଧା ସହର ନୂଆ ଵସଷ୍ଟାଣ୍ଡରେ ପୌରପାଳିକା ଦ୍ଵାରା ନିର୍ମାଣ ହୋଇଥିବା ଶୌଚାଳୟ ସମ୍ପୂର୍ଣ ରୂପେ ଅଚଳ ହୋଇ ପଡିଛି ! ଯାହା ଫଳରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ! ଯେଉଁ ପାର୍ଶ୍ଵ ରେ ଶୌଚାଳୟ ନିର୍ମାଣ ହୋଇଥିଲା ସେଇ ପାର୍ଶ୍ବରେ ଯାତ୍ରୀମାନେ ବାହାରେ ପରିସ୍ରା ଓ ମଳତ୍ୟାଗ କରିବା ଯୋଗୁ ପରିବେଶ ହୋଇପଡିଛି ପୁତି ଗନ୍ଧମୟ ! ମହିଳା ଯାତ୍ରୀ ମାନେ ବିଶେଷ ରୂପେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ! ଲୋକ ଏହା ମଧ୍ୟ୍ୟ ଆଲୋଚନା କରୁଛନ୍ତି ତିନି ବର୍ଷ ତଳେ ଶୌଚାଳୟ ଟି କିଛି ମାତ୍ରାରେ କାର୍ଯ୍ୟକ୍ଷମ ଥିଲା , କିନ୍ତୁ ଠିକାଦାରୀ ରାଜନୀତି କରି ଚଞ୍ଚକତାର ସହିତ ଶୌଚାଳୟ କୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବା ପାଇଁ ମିଥ୍ୟା ପ୍ରଚାର କରି ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ଆତ୍ମସାତ କରିଥିଲେ ! ଅନ୍ୟ ପକ୍ଷରେ ଶୌଚାଳୟ ରେ ଲାଗିଥିବା ଗ୍ରିଲ ଝରକା କୁ ନିଶାଡି ମାନେ ଓପାଡି ନେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ! ରାଜ୍ୟ ଏବଂ କେନ୍ଦ୍ର ସରକାର ନାନା ଯୋଜନା ମାଧ୍ୟମରେ ସ୍ୱଚ୍ଛତା ଆଣିବା ପାଇଁ ବିଜ୍ଞାପନ ମାଧ୍ୟମରେ ଜଣାଇଥିଲେ ମଧ୍ୟ୍ୟ ଖୋର୍ଦ୍ଧା ପୌରପାଳିକା ଏହା ପ୍ରତି ଦୃଷ୍ଟି ଦେଇନହାନ୍ତି ! ପ୍ରତିଦିନ 50 ରୁ ଅଧିକ ଵସ ଏହି ସ୍ଥାନ କୁ ଆସୁଥିଲେ ମଧ୍ୟ୍ୟ ଖୋର୍ଦ୍ଧା ପୌରପାଳିକା ଯାତ୍ରୀ ମାନଙ୍କ ସୁବିଧା ପାଇଁ କେବେ ଶୌଚାଳୟ ନିର୍ମାଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା !

Exit mobile version