Site icon Awaj Media

ମହାନଦୀ ତଟୋତ୍ସବରେ ନବକିଶୋରଙ୍କୁ ସମ୍ବର୍ଦ୍ଧନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମ ନିବାସୀ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ତାଙ୍କର ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ପରିବେଶ ସେବା ଓ କାଠଯୋଡି ନଦୀ ତଟରେ ସୃଷ୍ଟି କରି ଚାଲିଥିବା ଛୋଟ ଛୋଟ ଜଙ୍ଗଲ ଅଭିଯାନ ପାଇଁ କଟକ, କିଶୋରନଗରଠାରେ ପ୍ରଥମ କରି ମହାନଦୀ ତଟରେ ଅନୁଷ୍ଠିତ ହେଉଥିବା ଐତିହାସିକ ପାଞ୍ଚ ଦିବସୀୟ “ମହାନଦୀ ତଟୋତ୍ସବ” ରେ ସଦର ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା ସମ୍ବର୍ଦ୍ଧିତ କରିଛନ୍ତି । ଆୟୋଜକ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦର ଏହି ମହାନ ଉଦ୍ୟମକୁ ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡା, ସମାଜସେବୀ ଭଗବତୀ ପ୍ରସାଦ ପତି ଓ ସମର୍ପିତ କଟକ ପରିବାର ତରଫରୁ ସ୍ଵାଗତ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି ।

Exit mobile version