Site icon Awaj Media

ଉମରକୋଟ ରେ ବନ୍ଦ ଡାକରା ସଫଳ !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ଉମରକୋଟ ରେ ବନ୍ଦ ଡାକରା ସଫଳ ! ନବରଙ୍ଗପୁର ଜିଲ୍ଲା ର ସମସ୍ତ ଦଶଗୋଟି ବ୍ଲକ କୁ ହିନ୍ଦୁ ବାହିନୀ, ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା ! ଗତ 14 ତାରିଖ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ହିନ୍ଦୁ ନବବର୍ଷ ପାଳନ ଅବସର ରେ ସମ୍ବଲପୁର ଠାରେ ବଜରଙ୍ଗ ଦଳ, ହିନ୍ଦୁ ବାହିନୀ ଓ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ମୋଟର ସାଇକେଲ ରାଲି ବାହାର କରିଥିଲେ ! କିଛି ଦୂର ରାଲି ଗଲାପରେ ସେହି ରାଲିରେ ଥିବା ହିନ୍ଦୁ ମାନଙ୍କ ଉପରେ ଚତୁର୍ଦିଗରୁ ପଥର ବର୍ଷା ହେବାକୁ ଲାଗିଲା ! କୋଠା ଘର ଉପରୁ ଅନ୍ୟ ଲୋକମାନେ ପଥର ରେ ପ୍ରହାର କରିଥିଲେ ହିନ୍ଦୁମାନଙ୍କୁ ! ସେହି ପଥର ବର୍ଷା ରେ ରାଲି ରେ ଥିବା ବହୁ କର୍ମକର୍ତା ସହ ପୋଲିସ କର୍ମଚାରୀ ମାନେ ମଧ୍ୟ ଆହତ ହୋଇଥିଲେ ! ଯାହାଫଳରେ ଅନେକ ଲୋକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ! ସେହି ରାଲି ରେ ଘଟିଥିବା ଘଟଣା ର ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଦଶ ଗୋଟି ବ୍ଲକ କୁ ବାର ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଥିଲା ! ଏଥିରେ ଉମରକୋଟ ବ୍ଲକ ର ସମସ୍ତ ଦୋକାନ, ବଜାର, ହୋଟେଲ, ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ! ଉକ୍ତ ବନ୍ଦ ଡାକରା କୁ ଉମରକୋଟ ବଜରଙ୍ଗ ଦଳ, ହିନ୍ଦୁ ବାହିନୀ ଓ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତା ସକାଳ 6 ଘଟିକା ରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ କାଏମ ରଖିଥିଲେ ! ବନ୍ଦ ଡାକରା ଟି ସମ୍ପୂର୍ଣ ରୂପେ କୌଣସି ଅଘଟଣ ନ ଘଟି ସୁଚାରୁ ରୂପେ ସଫଳ ହୋଇଥିଲା ! ଏହି ବନ୍ଦ ଡାକରା କୁ ଉମରକୋଟ ପୋଲିସ ଶାନ୍ତି ଶୃଙ୍ଖଳା ର ସହିତ ନିୟନ୍ତ୍ରଣ କରିଥିଲା !

Exit mobile version