ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ଲାଗିଛି ନିଆଁ । ଏ ନିଆଁ କି’ଏ ଲଗାଇଲା ତାହାତ କହିବା ମୁସ୍କିଲ , ହେଲେ ଲାଗିଥିବା ନିଆଁ କିପରି ଲିଭିବ , ଏ ନିଆଁ କୁ କିଏ ଲିଭାଇବ ତାହା ଏବେ ପ୍ରଶ୍ନଘେରରେ । ହଠାତ୍ କାଳ ବୈଶାଖୀ ପ୍ରଭାବ ଚିଲିକାରେ ଦେଖାଦେଲା , ଆଉ ଏହାର କିଛି ସମୟ ପରେ ଚିଲିକାର ମଧ୍ୟ ଭାଗରେ ଧୂଆଁ ଦୃଶ୍ୟମାନ ହେଲା , ଆଉ ପରେ ପରେ ଚିଲିକାରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ଚିଲିକାରେ ନିଆଁ ଲାଗିଲେ ଜଳଚର ଜୀବ ପ୍ରଭାବିତ ହେବେ ଏପରି ଚିଲିକାର ଜୈବ-ବିବିଦ୍ଧତା ନଷ୍ଟ ହୋଇଯିବ । ଚିଲିକାର ନଳ ବଣରେ ଲାଗିଛି ଏହି ନିଆଁ । ଯାହା ଜଣା ପଡ଼ୁଛି ମାଛ ଧରିବା ଲୋଭରେ ମାଫିଆ ମାନେ ଲଗାଇ ଦେଉଛନ୍ତି ନିଆଁ । ଟାଙ୍ଗି ଥାନା କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ । ପବନ ଜୋର୍ ରେ ବହୁ ଥିବାରୁ ନିଆଁର ପ୍ରକୋପ ବଢିବାରେ ଲାଗିଛି । ନଳ ବଣ ପୋଡିଗଲା ପରେ ଚିଲିକା କାଦୁଅ ରେ ଥିବା ସାଉଳ, ମାଗୁର ପରି ଅନେକ ପଙ୍କରେ ଥିବା ମାଛ ଧରିବା ପାଇଁ କେତେକ ମାଛ ମାଫିଆ ନିଆଁ ଲଗାଇ ଦେଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି । ଫଳରେ ଅନ୍ୟମାନେ ପଡୁଛନ୍ତି ବିପଦରେ ! ନିଆଁର ପ୍ରକୋପ ଏତେ ମାତ୍ରାରେ ଦେଖିବାକୁ ମିଳୁଛି ଯେ ୧୦୦ ମିଟର ପର୍ଯ୍ୟନ୍ତ ନିଆଁ ଉପରକୁ ଉଠୁଥିବା ଦେଖିବାକୁ ମିଳିଛି । ଖରା ଦିନ ହୋଇଥିବାରୁ ନଳ ଘାସ ଗୁଡିକ ଶୁଖିଲା ଅଛି । ତେଣୁ ଆହୁରି ଅଧିକରୁ ଅଧିକ ନିଆଁ ବ୍ୟାପିବାରେ ସମ୍ଭାଵନା ସୃଷ୍ଟି ହୋଇଛି । ଏହି ନଳ ବଣ ଗୁଡିକରେ ଚିଲିକାରେ ଥିଵା ବିରଳ ବନ୍ୟ ଜନ୍ତୁ ଫିସିଙ୍ଗ୍ କ୍ୟାଟ୍ ବସବାସ କରୂଛନ୍ତି । ତେଣୁ ସେମାନଙ୍କର ଜୀଵନ ପ୍ରତି ଦେଖା ଦେଇଛି ବିପଦ ।
ଚିଲିକା ନଳ ବଣରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ : ବିପଦରେ ଜଳଚର ଜୀବ !!!

