Site icon Awaj Media

ଓଡିଆ ଭାଷାରେ ନାମ ଫଳକ ନିମନ୍ତେ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାଯ୍ୟାଳୟ କକ୍ଷ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା, ଆବାହକ ରୂପେ ଯୋଗ ଦେଇଥିବା ବେଳେ ପାରଳାଖେମୁଣ୍ଡି ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ , କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀମତୀ ଉଜଳତା ସ୍ଵାଲାସିଙ୍ଗ, ପାରଳାଖେମୁଣ୍ଡି ବଜାର ସମନ୍ଵୟ ସଂଗଠନର ସଭାପତି ଓ ସାଧାରଣ ସମ୍ପାଦକ ଏବଂ ପାରଳାଖେମୁଣ୍ଡି କାଜୁମିଲ ମାଲିକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲାର କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନର ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଏକ ବୈଠକରେ ଆଲୋଚନା ହୋଇଯାଇଛି, ଏଥିରେ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଅଛି ଏବଂ ଖିଲାପକାରୀଙ୍କୁ ପ୍ରଥମ ଥର ଖିଲାପକାରୀଙ୍କ ନିମନ୍ତେ ୫୦୦୦/- ଟଙ୍କା ଏବଂ ଦିତୀୟ ଥର ଖିଲାପ ନିମନ୍ତେ ୨୫୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି । ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version