Site icon Awaj Media

ବାଣପୁରରେ ଅକ୍ଷୟ ତୃତୀୟା ପର୍ବ : ରଥକାଠ ଅନୁକୂଳ , ଚନ୍ଦନଯାତ୍ରା ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ! ଖୋର୍ଦ୍ଧା ଜିଲ୍ଲା ର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁର ଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷିମୁଠି ଅନୁକୂଳ ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥକାଠ ଅନୁକୂଳ ଏବଂ ଜୀଉ ମାନଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆରାଧ୍ଯ ଠାକୁର ଶ୍ରୀ ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ସମସ୍ତ ନୀତିକାନ୍ତି ସହିତ ଦେଉଳ ପୁରୋହିତଙ୍କ ଦ୍ଵାରା ରଥଖଳା ଠାରେ ତିନୋଟି ଫାସିକାଠକୁ ରଖାଯାଇ ତିନି ବାଡ଼ରୁ ଆଜ୍ଞାମାଳ ଅଣାଯିବା ପରେ ସ୍ଥାପନ କରାଯାଇ ହୋମ ସରିବା ପରେ ବିଶ୍ଵକର୍ମାଙ୍କ ଦ୍ଵାରା ରଥ ଅନୁକୂଳ କରାଯାଇଥିଲା । ପରେ ଧୂପ ହୋଇ ମଦନମୋହନ ରାମକୃଷ୍ଣଙ୍କୁ ଚନ୍ଦନ କୁଣ୍ଡରେ ସ୍ଥାପନ କରାଯାଇ ଶୀତଳ ମଣୋହି ଓ ଆଳତି ପରେ ପହୁଡ଼ ହୋଇଥିଲା । ସେହିପରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ପରେ ପରିଚ୍ଛା ସାଆନ୍ତଶ୍ରୀ ଶ୍ରୀ ଗୋପୀନାଥ, ଚନ୍ଦ୍ରଶେଖର ଏବଂ ମା’ଭଗବତୀଙ୍କୁ ଧୂପ ବଡ଼ାଇ ଶୀତଳ ଚନ୍ଦନ ଅର୍ପଣ ପରେ ଚନ୍ଦନ କୁଣ୍ଡରେ ସ୍ଥାପନ କରିଥିଲେ । ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ନିଜକୁ ଶୀତଳ ରଖିବା ପାଇଁ ଦେବା ଦେବୀଙ୍କର ଏହି ମାନବୀୟ ଲୀଳା ର ପ୍ରତୀକ ଚନ୍ଦନଯାତ୍ରା ସମଗ୍ର ଓଡ଼ିଶାରେ ଦେବାଦେବୀଙ୍କ ପୀଠମାନଙ୍କ ପରି ବାଣପୁରରେ ମଧ୍ୟ ଅନୁଷ୍ଠିତ ହୋଇ ଆସୁଥିବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ଶ୍ରୀ ଶ୍ରୀ ଚରଣ ଚକା ଦେବ, ଅନନ୍ତ ସ୍ଵାମୀ, ଉମା ମହେଶ୍ଵର ପରି ପ୍ରତେ୳କ ବୈଷ୍ଣବ ଓ ଶୈବପୀଠ ମାନଙ୍କରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା ।

Exit mobile version