Site icon Awaj Media

ବନାନୀ ପକ୍ଷରୁ ଦଶ ଦିବସୀୟ ପ୍ରପାନକ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ସବୁଜ ସଙ୍ଗଠନ ବନାନୀ ପକ୍ଷରୁ ପବିତ୍ର ବିଷୁବ ସଂକ୍ରାନ୍ତି ଠାରୁ ବନାନୀର ଜନ୍ମ ନକ୍ଷତ୍ର ପବିତ୍ର ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଦୀର୍ଘ ଦଶ ଦିନ ଧରି ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପଣା, ଲସି, ଲେମ୍ବୁ ପାଣି, ଦହି ସର୍ବତ,ପଇଡ ପାଣି, ଟଙ୍କ ତୋରାଣି ଆଦି ବିତରଣ କରାଯାଉଥିବାର ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ପଥ ଶ୍ରାନ୍ତ ପଥିକର ତୃଷା ନିବାରଣ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନ୍ତତ ପକ୍ଷେ ଦୀର୍ଘ ଦୁଇମାସ ଧରି ବିଭିନ୍ନ ସ୍ଥାନରେ ଚାଲୁ ରହିବ ବୋଲି ଜଣା ପଡିଛି । ଫାଉଣ୍ଡେସନ ଦ୍ବାରା ପରିଚାଳିତ ପ୍ରମୁଖ ଛଅ ଗୋଟି କାର୍ଯ୍ୟକ୍ରମ ସଙ୍ଗଠନ ମାଧ୍ୟମରେ ୬୦ ଦିନ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି । ବନାନୀ ପକ୍ଷରୁ ଶିଶୁ ସଂଯୋଜକ ଶିବାଦିତ୍ୟ ଦାଶଙ୍କ ନେତୃତ୍ବରେ ଆୟୋଜିତ ଏହି ଦଶ ଦିବସୀୟ ପ୍ରପାନକ ବଣ୍ଟନ କାର୍ଯ୍ୟକ୍ରମରେ କାନନବାଳା ମହାନ୍ତି, ଗୀତାଞ୍ଜଳି ପଟ୍ଟନାୟକ, ସ୍ଵୟଂ ଦାସ, ଆଦିତ୍ୟ ମହାନ୍ତି, ଉମା ସୁନ୍ଦରୀ ପଟ୍ଟନାୟକ, ମାମାଲି ଦାସ, ସରୋଜ କୁମାର ଜେନାଙ୍କ ସମେତ ଫାଉଣ୍ଡେସନର ବହୁ ସ୍ୱେତ୍ସାସେବୀ ଯୋଗଦାନ କରିଥିଲେ ।

Exit mobile version