ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ – ୨୦୨୩ ଉଦଘାଟିତ !!!

0
112

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପଡ଼ିଆ ଠାରେ ରାଜ୍ୟ ସ୍ତରୀୟ ଡଙ୍ଗର ମହୋତ୍ସବ- ୨୦୨୩ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡ଼େମି ଓ ଜିଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଉଦଘାଟନି ଉତ୍ସବରେ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଆଶିଷ୍ ଇଶ୍ୱର ପାଟିଲ୍ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ ଉପରେ ଆଲୋକପାତ କରିଥିଲେ । ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଦିବାସୀ ଲୋକ ନୃତ୍ୟ ଓ ସଙ୍ଗୀତ ଉପରେ ଆଧାରିତ ଏହି ମହୋତ୍ସବର ପ୍ରଥମ ଦିନରେ ବାଲିଗୁଡ଼ାର ଡ଼ାକୁଲ୍ ନୃତ୍ୟ , ମୟୁରଭଞ୍ଜର ସାନ୍ତାଳି ନୃତ୍ୟ , ଗଜପତି ଜିଲାର ଲାଞ୍ଜିଆ ସୌରାଜ ନୃତ୍ୟ , ବରଗଡ଼ର ଆଦି ଧୁନ୍ , ସୁନ୍ଦରଗଡ଼ର କିସାନ ନୃତ୍ୟ , କୋରାପୁଟ ଜିଲାର ପରଜା ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲାର ଆଦିବାସୀ ଲୋକନୃତ୍ୟ ଓ ସଙ୍ଗୀତର କଳାକାର ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ସଙ୍ଗୀତ ନାଟକ ଏକାଡ଼େମିର ସଂପାଦକ ଶ୍ରୀ ରଥ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଦେଖି ଦର୍ଶକ ମାନେ ବିଭୋର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here