Site icon Awaj Media

୩୧ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ! ବୈଦିକ ପ୍ରବଚନ ଏବଂ ଯୋଗଶିକ୍ଷା ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଇନଡୋର ଷ୍ଟାଡିଅମ ପରିସରରେ ଅପ୍ରେଲ 21, 22, 23 ତାରିଖ ତିନି ଦିନ ଧରି ଆୟୋଜିତ ୩୧ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ବୈଦକ ପ୍ରବଚନ ଏବଂ ଯୋଗଶିକ୍ଷା ଶିବର ସନ୍ଥ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି | ସାମ୍ପ୍ରତିକ ଅବକ୍ଷୟ ମୁଖି ସମାଜ ଏବଂ ପଥ ହୁଡୁଥିବା ଯୁବ ଏବଂ ଛାତ୍ର ସମାଜ ପାଇଁ ଏହା ମାର୍ଗଦର୍ଶନ କରିବ ଏବଂ ସମାଜ କୁ ସଜାଡିବାରେ ସହାୟକ ହେବ ! କାର୍ଯ୍ୟକ୍ରମରେ ପ୍ରତିଦିନ ଶହ ଶହ ସଂଖ୍ୟା ରେ ଶ୍ରଦ୍ଧାଳୁ ଯୋଗଦାନ କରୁଛନ୍ତି | ବୈଦିକ ଯଜ୍ଞ ଯୋଗ ପରିବାର ଇଟାମାଟି ର କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କର ସାଧୁ ଉଦ୍ୟମ ପାଇଁ ସମସ୍ତେ ସେମାନଙ୍କୁ ପ୍ରଶଂସା କରିବା ସହ ପ୍ରତିବର୍ଷ ଏହା ଆୟୋଜନ କରିବା ପାଇଁ ଅନୁରୋଧ ମଧ୍ୟ କରୁଛନ୍ତି |

Exit mobile version